24 ବିଧାୟକ କର୍ଣ୍ଣାଟକ କ୍ୟାବିନେଟ ମନ୍ତ୍ରୀ ଭାବରେ ନେଲେ ଶପଥ

Spread the love

କର୍ଣ୍ଣାଟକରେ କ୍ଷମତା ଗ୍ରହଣ କରିବାର ଏକ ସପ୍ତାହ ପରେ କଂଗ୍ରେସ ସରକାର ଆଜି 24 ଜଣ ବିଧାୟକଙ୍କୁ କ୍ୟାବିନେଟରେ ଭର୍ତ୍ତି କରିଛି । ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ୍ ରାଜ ଭବନରେ ବିଧାୟକମାନଙ୍କୁ ଶପଥ ପାଠ କରାଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର, ବାଚସ୍ପତି ୟୁ ଟି ଖାଦର ଏବଂ ଅନ୍ୟ କ୍ୟାବିନେଟ ସହକର୍ମୀମାନେ ଉପସ୍ଥିତ ଥିଲେ । ଶପଥ ଗ୍ରହଣ କରିଥିବା ମନ୍ତ୍ରୀଙ୍କ ସମର୍ଥକ ଏବଂ ଅନୁଗାମୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

ଆସନ୍ତା 20 ତାରିଖ ଦିନ କଂଗ୍ରେସର ବରିଷ୍ଠ ନେତା ତଥା ବିରୋଧୀ ଦଳର ନେତାଙ୍କ ଉପସ୍ଥିତିରେ କାଣ୍ଟେରାଭା ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଆଜି ଶପଥ ଗ୍ରହଣ ପରେ ଶନିବାର 34 ମନ୍ତ୍ରୀଙ୍କ ସହ ପୂର୍ଣ୍ଣ କ୍ୟାବିନେଟ୍ ଗଠନ କରାଯାଇଛି।

ଆଜି କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇଥିବା ମନ୍ତ୍ରୀ ମାନଙ୍କ ମଧ୍ୟରେ ଏଚ୍ କେ ପାଟିଲ, କୃଷ୍ଣ ବାଇରେଗୋଡା, ଡକ୍ଟର ଏଚ୍ ସି ମହାଦେବପ୍ପା, ଡକ୍ଟର ଶରଣପ୍ରକାଶ ପାଟିଲ, ଇଶ୍ୱର ଖଣ୍ଡ୍ରେ, ଦୀନେଶ ଗୁଣ୍ଡୁ ରାଓ, ଲକ୍ଷ୍ମୀ ହେବବାଲକର, ମଧୁ ବଙ୍ଗରପ୍ପା ଏବଂ ଡକ୍ଟର ଏମ ସୁଧାକର ପ୍ରମୁଖ ଥିଲେ ।

Leave a Reply

Your email address will not be published. Required fields are marked *