ଅହମ୍ମଦନଗର ଜିଲ୍ଲାରେ ଔରଙ୍ଗଜେବ ପୋଷ୍ଟର ଲଗାଉଥିବା ୪ ଗିରଫ

Spread the love

ମୁମ୍ବାଇ : ଅହମଦନଗରର ମୁକୁନ୍ଦନଗରରେ ଏକ ପର୍ବ ଅବସରରେ ଶୋଭାଯାତ୍ରାରେ ଔରଙ୍ଗଜେବ ପୋଷ୍ଟର ଲଗାଉଥିବା ୪ ଜଣଲୋକଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଆବିସ କହିଛନ୍ତି ରାଜ୍ୟରେ ଔରଙ୍ଗଜେବଙ୍କ ନାମ ନେଉଥିବା ଲୋକକୁ କୌଣସି ପ୍ରକାରରେ ଛଡା ଯାଇ ପାରିବ ନାହିଁ ।

ସୂଚନା ଅନୁସାରେ ଅହମ୍ମ୍ଦାବାଦ ଜିଲ୍ଲାରେ ଫକିରବାଡା ଅଞ୍ଚଳରେ ରବିବାରଦିନ ରାତୀରେ ହଜରତ ଡଂବହାରି ହଜରତ ପର୍ବ ଅବସରରେ ଗୋଟିଏ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ଯେତେବେଳେ ମୁକୁନ୍ଦ ନଗର ଅଂଚଳରେ ପହଞ୍ଚିଥିଲା ସେଠାରେ କିଛି ଲୋକ ଔରଙ୍ଗାଜେବ ପୋଷ୍ଟର ଲଗାଇବା ଆରମ୍ଭ କରିଦେଇଥିଲେ । ଏହି ଶୋଭାଯାତ୍ରାରେ କିଛି ଲୋକ ଔରଙ୍ଗାଜେବ ଫଟୋ ସହିତ ନାଚିବାକୁ ଆରମ୍ଭ କରିଦେଇଥିଲେ । ଏହି ନାଚର ଭିଡିଓ ସୋମବାର ଦିନ ଭାଇରାଲ ହୋଇଯାଇଥିଲା । ସୋମବାର ଦିନ ଭିଂଗାର କ୍ୟାମ୍ପ ପୋଲିସ ଷ୍ଟେସନରେ ପୋଲିସ ଅଧିକାରୀ ସଚିନ ନବନାଥ ତାଙ୍କ ତରଫରୁ ଏଫ୍ଆଇଆର କରିଥିଲେ । ଏହି ଆଧାରରେ ପୋଲିସ ଅଭିଯୁକ୍ତ ମୋହମ୍ମଦ ସରଫରାଜ, ସେୟଦ ଉର୍ଫ ସରଫରାଜ ଜାଗିରଦାର, ଅଫନାନ ଆଦିଲ ଶେଖ ଉର୍ଫ ଖଡା, ଶେଖ ସରବର ଏବଂ ଜାବେଦ ଶେଖକୁ ଗିରଫ କରିଛି । ବର୍ତମାନ ମଧ୍ୟ ଏହି ମାମଲାର ଛାନ ଭିନ୍ ଚିଲିଛି ।

Leave a Reply

Your email address will not be published. Required fields are marked *