ସୁରକ୍ଷାବଳରେ ତିନି ବର୍ଷରେ ଆତ୍ମହତ୍ୟା କରିଛନ୍ତି ୪୩୬

Spread the love

ନୂଆଦିଲ୍ଲୀ: ଗତ ୩ ବର୍ଷରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (ସିଏପିଏଫ) ଓ ଆସାମ ରାଇଫଲରେ ୪୩୬ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ସେହିପରି ଏହି ସମୟ ମଧ୍ୟରେ ସିଆରପିଏଫରେ ୧୫୪ ଓ ବିଏସଫରେ ୧୧୧ ଜଣ କର୍ମଚାରୀ ଆତ୍ମହତ୍ୟାକୁ ବାଛି ନେଇଛନ୍ତି। ରାଜ୍ୟସଭାରେ ବୁଧବାର ଏହି ସୂଚନା ଦିଆଯାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ।

କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ ଗୃହକୁ କହିଥିଲେ କି, ସିଏପିଏଫ ଓ ଆସାମ ରାଇଫଲରେ ଆତ୍ମହତ୍ୟା ପ୍ରବଣ ଲୋକଙ୍କ ଚିହ୍ନଟ ସହ ଜଟିଳ ସ୍ଥିତିରେ ଥିବା ଗ୍ରୁପମାନଙ୍କୁ ଚିହ୍ନଟ କରି ଏହାର ନିରାକରଣ ଦିଗରେ କାମ କରିବାକୁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। ଟାସ୍କ ଫୋର୍ସର ରିପୋର୍ଟ ପ୍ରସ୍ତୁତ କରାଯାଉଛି।

ଅଧ୍ୟୟନ ଓ ବିଶ୍ଲେଷଣ କରି ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଟାସ୍କ ଫୋର୍ସ ଗଠନ କରାଯାଇଥିଲା ଟାସ୍କ ଫୋର୍ସର ଟାସ୍କ ରିପୋର୍ଟର ଡ୍ରାପ୍ଟ ଗୃହ ମନ୍ତ୍ରଣାଳୟରେ ଜାନୁଆରୀରେ ଦାଖଲ କରାଯାଇଥିଲା। ଏଥିରେ ତିନୋଟି ମୁଖ୍ୟ କାରଣ ଜଣାପଡିଛି, ଯେଉଁଥିରେ ସେବା ସ୍ଥିତି, କାର୍ଯ୍ୟ ସ୍ଥିତି ଓ ବ୍ୟକ୍ତିଗତ କାରଣ ସବୁ ରହିଛି, ଯାହା ଆତ୍ମହତ୍ୟା ଓ ସହକର୍ମୀଙ୍କ ହତ୍ୟାକୁ ରୂପ ଦେଉଛି।

ଆତ୍ମହତ୍ୟା ତଥ୍ୟକୁ ନେଇ ମନ୍ତ୍ରୀ ରାଏ କହିଛନ୍ତି କି, ସିଆରପିଏଫରେ ୧୫୪  ଆତ୍ମହତ୍ୟା ମାମଲା ଥିବା ବେଳେ ୨୦୨୦ରେ ୫୪, ୨୦୨୧ରେ ୫୭ ଓ ୨୦୨୨ରେ ୪୩ ମାମଲା ଆସିଥିଲା। ସେହିପରି ବିଏସଏଫର ୧୧୧ ଆତ୍ମହତ୍ୟା ମାମଲାରେ ୨୦ ଆତ୍ମହତ୍ୟା ୨୦୨୦ରେ ହୋଇଥିବା ବେଳେ, ୪୪ଟି ୨୦୨୧ରେ ଓ ୩୭ଟି ୨୦୨୨ରେ ହୋଇଥିଲା। ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସରେ ୨୦୨୦ରେ ୧୮ଟି ଆତ୍ମହତ୍ୟା ଘଟଣା ଘଟିଥିବା ବେଳେ ୨୦୨୧ରେ ୨୧ଟି ଓ ୨୦୨୨ରେ ୨୪ଟି ମାମଲା ରେକର୍ଡ ହୋଇଛି। ସେହିପରି ସଶସ୍ତ୍ର ସୀମା ବଳରେ ୨୦୨୦ରେ ୧୮ କର୍ମାଚରୀ, ୨୦୨୧ରେ ୯ ଓ ୨୦୨୨ରେ୧୩ ଜଣ ଆତ୍ମହତ୍ୟା କରିଛନ୍ତି। ଆଇଟିବିପିରେ ମଧ୍ୟ ୨୦୨୦ରେ ୧୩, ୨୦୨୧ରେ ୧୦ ଓ ୨୦୨୨ରେ ୭ ଜଣ ଆତ୍ମହତ୍ୟା କରିଛନ୍ତି।

Leave a Reply

Your email address will not be published. Required fields are marked *