୫ ବିଦେଶୀ ସଂକ୍ରମିତ ଚିହ୍ନଟ

Spread the love

ପାଟନା: ଗୟା ବିମାନ ବନ୍ଦରରେ ହୋଇଥିବା ଆରଟିପିସିଆର ଟେଷ୍ଟରୁ ୪ ବିଦେଶୀ ନାଗରିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ହୋଟେଲରେ ଆଇସୋଲେସନରେ ରଖା ଯାଇଛି। ଚିହ୍ନଟ ୪ ବିଦେଶୀଙ୍କ ମଧ୍ୟରୁ ଜଣେ ମିଆମାରର ହୋଇଥିବା ବେଳେ ଜଣେ ଥାଇଲାଣ୍ଡର ଓ ଦୁଇ ଜଣ ଇଂଲଣ୍ଡରୁ। ବୋଧ ଗୟା ବୁଲିବାକୁ ଆସିଥିଲେ। ବୋଧ ଗୟା ପ୍ରମୁଖ ବୌଦ୍ଧ ପିଠ ହୋଇଥିବାରୁ ସବୁ ସମୟରେ ବିଶ୍ବର ବିଭିନ୍ନ ସ୍ଥାନରୁ ଲୋକେ ଆସିଥାନ୍ତି।

ଗତ ସପ୍ତାହର ଶେଷ ଭାଗରେ ଗୟା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଚାଲିଥିବା ଡି୍ରଲ କାଳରେ ଏହି ବିଦେଶୀ ନାଗରିକ ପଜିଟିଭ ଚିହ୍ନଟ ହୋଇଥିଲେ। ବୋଧ ମହୋତ୍ସବରେ ଯୋଗ ଦେବାକୁ ମୋଟ ୩୩ ଜଣ ବିଦେଶୀ ଆସିଥିଲେ। ଗୟା ଜିଲ୍ଲା ମେଡିକାଲ ଅଧିକାରୀ ଡକ୍ତର ରଞ୍ଜନ ସିଂହଙ୍କ ଅନୁଯାୟୀ, ମାମଲା ଗମ୍ଭୀର ନୁହେଁ, ତଥାପି ଅଧିକାରୀମାନେ ଆବଶ୍ୟକୀୟ ପ୍ରତିଷେଧକ ପଦକ୍ଷେପ ନେଇଛନ୍ତି ରୋଗ ସଂକ୍ରମଣ ଉପରେ ରୋକ ଦେବାକୁ

ଅନ୍ୟପଟେ, ରବିବାର ଦିନ ଚୀନରୁ ଫେରିଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତି କରୋନା ଭୂତାଣୁଦ୍ବାରା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ସୋମବାର ଦିନ ଦେଶରେ ୧୯୬ ନୂଆ ପଜିଟିଭ ମାମଲା ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୨୮କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *