୭ ବର୍ଷରେ ୫୬ ବିଧାୟକ ଓ ସାଂସଦଙ୍କ ବିରୋଧରେ ସିବିଆଇ କେଶ

Spread the love

ନୂଆଦିଲ୍ଲୀ: ୨୦୧୭ରୁ ୨୦୨୨ ଅକ୍ଟୋବର ୩୧ ମଧ୍ୟରେ ଦେଶର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଦ୍ବାରା ୫୬ଟି ମାମଲା ବିଧାୟକ ଓ ସାଂସଦଙ୍କ ବିରୋଧରେ ହୋଇଛି। ପାର୍ଲିଆମେଣ୍ଟର ପ୍ରଥମ ଦିନରେ ମାନବ ମନ୍ତ୍ରଣାଳୟ, ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି। ୫୬ ମାମଲା ଭିତରୁ ୨୨ଟିରେ ଚାର୍ଜସିଟ ଦାଖଲ ହୋଇ ସାରିଛି ବୋଲି ସୂଚନା ଦିଆଯାଇଛି।

 ସାଂସଦ ମାଲା ରଏଙ୍କ ଦ୍ବାରା ବିଧାୟକ ଓ ସାଂସଦଙ୍କ ବିରୋଧରେ ହେଉଥିବା ମାମଲା ସମ୍ବନ୍ଧିତ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଡ ଜିତେନ୍ଦ୍ର ସିଂହ ଲିଖିତ ଉତ୍ତର ଦାଖଲ କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି କି, ୨୦୧୭ରୁ ୨୦୨୨ ଅକ୍ଟୋବର ୩୧ ଭିତରେ ସିବିଆଇ ଦ୍ବାରା ୫୬ ବିଧାୟକ ଓ ସାଂସଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେମଧ୍ୟରୁ ୨୨ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇ ସାରିଛି।

ସିବିଆଇ ଦ୍ବାରା ଦାୟର ମାମଲା ମଧ୍ୟରୁ ସର୍ବାଧିକ ମାମଲା ଆନ୍ଧ୍ର ପ୍ରଦେଶରୁ ରହିଛି। ଆନ୍ଧ୍ର ପ୍ରଦେଶର ୧୦ ବିଧାୟକ ଓ ସାଂସଦଙ୍କ ବିରୋଧରେ କେଶ ରୁଜୁ ହୋଇଛି। ଆନ୍ଧ୍ର ପରେ ଉତ୍ତର ପ୍ରଦେଶ ଓ କେରଳରୁ ୬ ଜଣ ଲେଖାଏ ରହିଛନ୍ତି। ସେହିପରି ଅରୁଣାଚଳ ପ୍ରଦେଶ ଓ ପଶ୍ଚିମ ବଙ୍ଗରୁ ୫ଟି ଲେଖା ମାମଲା ରହିଛି। ଏହା ପଛକୁ ତାମିଲ ନାଡୁରୁ ୪, ଦିଲ୍ଲୀ, ବିହାର, ମଣିପୁରରୁ ୪ ଲେଖା, କର୍ଣ୍ଣାଟକ, ଜମ୍ମୁ କାଶ୍ମୀରରୁ ୨, ହରିଆଣା, ଛତିଶଗଡ, ମେଘାଳୟ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଲକ୍ଷ୍ୟଦୀପରୁ ଜଣେ ଲେଖା ବିଧାୟକ ବା ସାଂସଦଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଛି।

ବୁଧବାର ଦିନ ପାର୍ଲିଆମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଏଥିରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିଛି।

Leave a Reply

Your email address will not be published. Required fields are marked *