ପେଟରୁ ବାହାରିଲା ୬୨ ଷ୍ଟିଲ ଚାମଚ

Spread the love

ଭୋପାଳ:   ପେଟରୁ ବାହାରିଲା ୬୨ଟି ଷ୍ଟିଲ ଚାମଚ। ଦୁଇ ଘଣ୍ଟାର ଅପେରେସନ ପରେ ଯୁବକଙ୍କ ପେଟରୁ ବାହାରିଲା ୬୨ଟି ଚାମଚ। ଆଉ ୬୨ଟି ଚାମଚ ଦେଖି ଖୋଦ ଅପରେସନ କରିଥିବା ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉତ୍ତରପ୍ରଦେଶର ମୁଜାଫରନଗରର ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି।

ଏଠାରେ ଜଣେ ବ୍ୟକ୍ତିଙ୍କ ପେଟରୁ ୬୨ଟି ଚାମଚ ବାହାର କରାଯାଇଛି। ସେ ଏବେ ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ଅପରେସନ କରିଥିବା ଡାକ୍ତର କହିଛନ୍ତି ଯେ ଜଣେ ୩୨ ବର୍ଷୀୟ ରୋଗୀ ବିଜୟଙ୍କର ପେଟରେ ଯନ୍ତ୍ରଣା ହେବା ନେଇ କହିଥିଲେ। ଏହାପରେ ତାଙ୍କୁ ଔଷଧ ଦିଆଯାଇଥିଲେ ବି ପେଟ ଯନ୍ତ୍ରଣା କମିନଥିଲା। ପରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା। ଯେଉଁଥିରେ ପେଟରେ କିଛି ଚାମଚ ଆକୃତିର ବସ୍ତୁ ଥିବାର ଦେଖିବାକୁ ମିଳିଥିଲା। ବିଜୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବା ପରେ ଡାକ୍ତରମାନେ ଅପରେସନ କରିଥିଲେ।

ଅପରେସନ ସମୟରେ ରୋଗୀର ପେଟରେ ଚାମଚ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ପେଟରୁ ଗୋଟିଏ ପରେ ଗୋଟିଏ ଚାମଚ ବାହାର କରାଯାଇଥିଲା। ଯେତେବେଳେ ଡାକ୍ତର ଚାମଚଗୁଡିକୁ ଗଣିଥିଲେ ସେତେବେଳେ ୬୨ଟି ଥିଲା।

ସୂଚନା ଅନୁସାରେ, ମୁଜାଫରନଗରର ମାନସପୁର ପୋଲିସ ଷ୍ଟେସନ ପରିସରରେ ଥିବା ବୋପଡା ଗାଁର ୩୫ ବର୍ଷୀୟ ଯୁବକ ବିଜ ଚୌହାନ ଜଣେ ନିଶାଗ୍ରସ୍ତ ଯୁବକ। ସେ ନିଶାଶକ୍ତ ଥିବା ଅବସ୍ଥାରେ ଦୀର୍ଘ ୧ ବର୍ଷ ଧରି ଚାମଚ ଖାଉଥିବା ସ୍ୱୀକାର କରିଛନ୍ତି।

Leave a Reply

Your email address will not be published. Required fields are marked *