ମିଳିତ ସର୍ଚ୍ଚ ଅପରେସନରେ ସିଆରପିଏଫକୁ ସଫଳତା

Spread the love

ସୁକମା: ଗୁରୁବାର ଛତିଶଗଡର ସୁକମାରେ ହୋଇଥିବା ମିଳିତ ଅପରେସନରେ ପୁଲିସ ୭ ଜଣ ନିକ୍ସଲଙ୍କୁ ଗିରଫ କରିଛି। ସୁକମା ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ବା ସିଆରପିଏଫ ଓ ଛତିଗଡ ପୁଲିସର ମିଳିଥ ଅପରେସନରେ ଏହି ସଫଳତା ମିଳିଛି। ମିଳିତ ସର୍ଚ୍ଚ ଅପରେସନ ରେ ଗିରଫ ହୋଇଥିବା ନକ୍ସଲମାନେ ହେଲେ କଲମୁ ସତ୍ୟମ, କୁଲମୁ ଜୋଗା, ମାଡିଭି ମାଙ୍ଗା, ମଦକାମ ଆଇଥା, କିକିଡି ଜୋଗା, ଭାଣ୍ଡୋ ଉନଙ୍ଗା ଓ କାଲମୁ ଭୀମା।

ସିଆରପିଏଫ ପକ୍ଷରୁ କୁହାଯାଇଛି କି, ଗିରଫ ସମସ୍ତ ନକ୍ସଲ ଆରପିସି  ନାମକୁ ସିପିଆଇ ମାଓବାଦୀ ଦଳର ଏକ ପ୍ରତିବନ୍ଧିତ ଦଳର ସଦସ୍ୟ। ସେମାନଙ୍କ ମଧ୍ୟରେ ସତ୍ୟମ, ଜୋଗା, ମଙ୍ଗା, ଉଙ୍ଗା ତିନି ବର୍ଷ ହେଲା ସଂଗଠନରେ ଯୋଗ ଦେଇଥିବା ବେଳେ ଆଇଥା ଓ କିକିଡି ଦୁଇ ବର୍ଷ ହେବ ତଥା ଭୀମା ଏକ ବର୍ଷ ହେଲା ସଂଗଠନରେ ସାମିଲ ହୋଇଥିଲେ।

ସିଆରପିଏଫର ୧୪୧ ବାଟାଲିୟନ ଦ୍ବାରା ସୁକମାର କୋଣ୍ଡାଭାଇ ଗାଁରେ
 ଚାଲିଥିବା ଏକ ମିଳିତ ସର୍ଚ୍ଚ ଅପରେସନ ବୁଧବାର  ଆରମ୍ଭ ହୋଇଥିଲା ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଭ୍ୟନ୍ତରୀଣ ସୁରକ୍ଷା ଦେବା ପାଇଁ। ରାତିରେ ମିଳିତ ଟିମ ସାବଧାନତାର ସହ ଅପରେସନ କରୁଥିବା ବେଳେ ଏହି ସଫଳତା ହାସଲ ହୋଇଥିବା ସିଆରପିଏଫ ପକ୍ଷରୁ କୁହାଯାଇଛି।

ସୂଚନା ଯୋଗ୍ୟ, ରାଜ୍ୟରେ ବଢିଚାଲିଥିବା ନିୟମିତ ସର୍ଚ୍ଚ ଅପରେସନ ପାଇଁ ସେଠାରେ ନକ୍ସଲ କାର୍ଯ୍ୟକଳାପ ହ୍ରାସ ପାଇବାରେ ଲାଗିଛି।

Leave a Reply

Your email address will not be published. Required fields are marked *