ନୂଆ ସଂସଦ ଭବନ ଉଦଘାଟନ ଅବସରରେ ଜାରୀ ହେବ ୭୫ ଟଙ୍କିଆ କଏନ, ଉଦଘାଟନ ସମାରୋହରେ ଏହି ମୁଦ୍ରାକୁ ଜାରୀ କରିବେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନ ଉଦଘାଟନ ସମାରୋହ ଅବସରରେ ୭୫ ଟଙ୍କିଆ ମୁଦ୍ରା ଜାରୀ କରିବେ । ଏହି କଏନର ଗୋଟିଏ ପଟେ ଅଶୋକ ସ୍ତମ୍ଭର ସିଂହ ଶୀର୍ଷରେ ରହିବବ ଓ ଏହାର ତଳେ ସତ୍ୟମେବ ଜୟତେ ଲେଖା ଯାଇଥିବ । ଅନ୍ୟ ପକ୍ଷରେ ବାମ ଆଡକୁ ଦେବନାଗରୀ ଲିପିରେ ଭାରତ ଓ ଡାହାଣ ପଟକୁ ଇଂରାଜୀରେ ଇଣ୍ଡିଆ ଶବ୍ଦ ଲେଖା ରହିବ ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉଦଘାଟମ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ୭୫ ଟଙ୍କା ବିଶିଷ୍ଟ ସ୍ୱତନ୍ତ୍ର କଏନକୁ ଜାରୀ କରିବାକୁ ଥିବା ବେଳେ ଏହି ମୁଦ୍ରାର ଓଜନ ୩୫ ଗ୍ରାମ ରହିବ ।

ଏଥିରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ କପର ଓ ୫-୫ ପ୍ରତିଶତ ନିକେଲ ଓ ଜିଙ୍କ ଧାତୁର ମିଶ୍ରଣ ରହିବ ।

ମିଳିଥିବା ସୂଚନା ଅନୁସାରେ ଏହି କଏନରେ ଟଙ୍କାର ଚିହ୍ନ ମଧ୍ୟ ରହିବ ଓ ଲାୟନ କ୍ୟାପିଟାଲ ତଳେ ଆନ୍ତର୍ଜାତିକ ଫିଗରରେ ୭୫ ମୂଲ୍ୟ ବର୍ଗ ଲେଖା ରହିବ । ଏହି ମୁଦ୍ରାର ଅନ୍ୟ ବିଶେଷତ୍ୱ ହେଲା ସଂସଦ ପରିସରରେ ଏକ ଚିତ୍ରକୁ ମଧ୍ୟ ଦର୍ଶାଇବ । ଏହାର ଉପର ପରିଧିରେ ଦେବନାଗରୀ ଲିପିରେ ସଂସଦ ସଂକୁଳ ଓ ତଳ ପରିଧିରେ ଇଂରାଜୀରେ ପାର୍ଲିଆମେଂଟ କଂପ୍ଲେକ୍ସ ଶବ୍ଦ ଲେଖା ଯିବ ।

ଏହା ବ୍ୟତୀତ ଏହି କଏନକେ ସଂସଦ ଚିତ୍ରର ଠିକ ତଳେ ୨୦୨୩ ବର୍ଷ ଲେଖା ଯିବ । ଏହି କଏନକୁ ଭାରତ ସରକାରଙ୍କ କୋଲକାତା ଟକସାଲ ପକ୍ଷରୁ ତିଆରି କରାଯାଇଛି ।

Leave a Reply

Your email address will not be published. Required fields are marked *