ଆତ୍ମହତ୍ୟା କରିବାକୁ ଅନୁମତି ମାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୋଲିସକର୍ମୀଙ୍କ ପତ୍ନୀ

Spread the love

ମୁମ୍ବାଇ: ଗୋରାଇ ପୋଲିସ ଷ୍ଟେସନରେ କନଷ୍ଟେବଳ ଭାବରେ ପୋଷ୍ଟ ହୋଇଥିବା ଯୋଗେଶ ଖେଡେକରଙ୍କ ପତ୍ନୀ ମୀନାକ୍ଷୀ ଖେଡେକର ଆତ୍ମହତ୍ୟା କରିବାକୁ ଅନୁମତି ମାଗି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଚିଠି ଲେଖିଛନ୍ତି । ବରିଷ୍ଠ ପୋଲିସ୍ ଅଧୀକାରୀ ତାଙ୍କ ସ୍ୱାମୀଙ୍କୁ ହଇରାଣ କରୁଥିବା ନେଇ ଖେଡେକର ଆଣିଛନ୍ତି ଏକ ସମ୍ବେଦନଶୀଳ ଅଭିଯୋଗ ।

ମୀନାକ୍ଷୀ ଖେଡେକର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗୋରାଇ ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଅଧିକାରୀମାନେ ମିଥ୍ୟା ଅଭିଯୋଗ ଏବଂ ରିପୋର୍ଟ ଦେଇ ତାଙ୍କ ସ୍ୱାମୀଙ୍କୁ ନିର୍ଯାତନା ଦେଉଛନ୍ତି । ତାଙ୍କ ସ୍ୱାମୀଙ୍କୁ ଜାଣିଶୁଣି ହଇରାଣ କରାଯାଉଛି । ଏହି କାରଣରୁ, ତାଙ୍କ ସ୍ୱାମୀ ସର୍ବଦା ମାନସିକ ସ୍ତରରେ ବିବ୍ରତ ହୁଅନ୍ତି, ଯେଉଁଥିପାଇଁ ତାଙ୍କୁ କଷ୍ଟ ସହିବାକୁ ପଡେ ।

ଖେଡେକର ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଟୁଇଟ୍ କରି କହିଛନ୍ତି, “ନମସ୍କାର ସାର୍, ମୁଁ ଜଣେ ପୋଲିସ କର୍ମୀଙ୍କ ପତ୍ନୀ । ମୁମ୍ବାଇର ଗୋରାଇ ପୋଲିସ୍ ଷ୍ଟେସନର ବରିଷ୍ଠ ପୋଲିସ୍ ଇନ୍ସପେକ୍ଟର ମାନ୍ଦାକିନି ନରୋଟ୍ ଆମକୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । କେବଳ ଆପଣ ଆମକୁ ନ୍ୟାୟ ଦେଇପାରିବେ । “ସାର୍, ଅନ୍ୟଥା ଆମକୁ ଆତ୍ମହତ୍ୟା କରିବାକୁ ଅନୁମତି ଦିଆଯିବା ଉଚିତ୍…”।

ବାସ୍ତବରେ, ଜୟପୁର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଜଣେ ବରିଷ୍ଠ ବ୍ୟକ୍ତିଙ୍କ ସମେତ ଜଣେ ପୋଲିସ କର୍ମଚାରୀ ଚାରି ଜଣଙ୍କୁ ଗୁଳି ଚଳାଇଥିବା ମାମଲା ଲୋକଙ୍କ ମନରେ ଏବେ ବି ନୂଆ ରହିଛି । ଏହି ଦୁର୍ଘଟଣାରେ ଅଭିଯୁକ୍ତ ପୋଲିସ୍ ସ୍ଥାନାନ୍ତର ହେବା ପରେ ମାନସିକ ସ୍ତରରେ ଅସୁସ୍ଥ ହୋଇପଡିଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଥିଲା। ତେଣୁ ଯେପରି ପୋଲିସର ନିର୍ଯ୍ୟାତନା ହେତୁ ଆଉ କୌଣସି ଅଘଟଣ ନ ଘଟୁ, ସେଥିପ୍ରତି ସାଧାରଣ ନାଗରିକମାନେ ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ବିଶେଷ ଧ୍ୟାନ ଦେବାକୁ ନିବେଦନ କରୁଛନ୍ତି ।

Leave a Reply

Your email address will not be published. Required fields are marked *