ଆବ୍ୟୁଡାନ୍ସ ଇନ୍ ମିଲେଟ୍ସ’ ଗୀତ ଖାଦ୍ୟ ନିରାପତ୍ତା ଏବଂ କ୍ଷୁଧା ଦୂର କରିବାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଓ ସୃଜନଶୀଳତାର ମିଶ୍ରଣ: ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ଶ୍ରୀ ଅନ୍ନ ବା ମିଲେଟ୍ସରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପ୍ରଚୁର ମାତ୍ରାରେ ରହିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଗ୍ରାମୀ ପୁରସ୍କାର ବିଜେତା ଭାରତୀୟ-ଆମେରିକୀୟ ଗାୟିକା ଫାଲୁ ଜାତିସଂଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଘୋଷଣା କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଯୋଜନାରୁ ପ୍ରେରିତ ହୋଇ ଏହି ଗୀତ ପ୍ରସ୍ତୁତ କରିଛନ୍ତି ।

ମିଲେଟ୍ସ ବ୍ୟବହାରକୁ ପ୍ରୋତ୍ସାହିତ କରିବା, ଏହି ଫସଲ ବଢ଼ାଇବା ପାଇଁ କୃଷକଙ୍କୁ ସାହାଯ୍ୟ କରିବା ଏବଂ ବିଶ୍ୱ କ୍ଷୁଧା ଶେଷ କରିବାରେ ସହାୟତା ଦିଗରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗରେ ଏହି ଗୀତ ଲେଖିବା ସମ୍ପର୍କରେ ସେ ଏକ ଟୁଇଟ୍ କରିଥିଲେ ।

ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

 ‘ଉତ୍କୃଷ୍ଟ ଉଦ୍ୟମ ଅ ଫାଲୁ ମ୍ୟୁଜିକ! ଶ୍ରୀ ଅନ୍ନ ବା ମିଲେଟ୍ସରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପ୍ରଚୁର ମାତ୍ରାରେ ରହିଛି । ଏହି ଗୀତ ଖାଦ୍ୟ ନିରାପତ୍ତା ଏବଂ କ୍ଷୁଧା ଦୂର କରିବାର ଗୁରୁତ୍ୱପୂର୍ଣ୍ଣ କାରଣ ଓ ସୃଜନଶୀଳତାର ମିଶ୍ରଣ ।’

Leave a Reply

Your email address will not be published. Required fields are marked *