ଭଦ୍ରକ : ଶିକ୍ଷାବର୍ଷ ୨୦୨୨-୨୩ରେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ତରଫରୁ ଅନୁଷ୍ଠିତ ପ୍ରାଦେଶିକ ମେଧାବୃତ୍ତି ଏବଂ ଶ୍ରୀଭାରତୀକୃଷ୍ଣ ଗଣିତ ମେଧାବୃତ୍ତି ପରୀକ୍ଷାରେ ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ତୃତୀୟ ଶ୍ରେଣୀର ଛାତ୍ରୀ ସୁଶ୍ରୀ ମଧୁସ୍ମିତା ସାବତ ସଫଳତା ଅର୍ଜନ କରିବା ସହିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତିହିଡ଼ିକୁ ଗୌରବାନ୍ୱିତ କରିଛନ୍ତି । ସୁଶ୍ରୀ ସାବତ ପ୍ରାଦେଶିକ ମେଧାବୃତ୍ତିରେ ପ ମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀଭାରତୀକୃଷ୍ଣ ଗଣିତ ମେଧାବୃ ରେ ପ୍ରାଦେଶିକ ସ୍ତରରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ପାଇଁ ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିବାର ତରଫରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭାଭିନନ୍ଦନ ଜ୍ଞାପନ କରାଯାଇଛି । ଏହି ସଫଳତାର ଶ୍ରେୟ ସେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ପରିଚାଳନା ସମିତି ଏବଂ ନିଜ ପିତା ମାତାଙ୍କୁ ପ୍ରଦାନ କରିଛନ୍ତି । ସୁଶ୍ରୀ ମଧୁସ୍ମିତା ଗୋଳାପୋଖରୀ ଗ୍ରାମର କମଳାକାନ୍ତ ସାବତ ଓ ମାତା ସୀମନ୍ତିନୀ ପଣ୍ଡାଙ୍କ କନ୍ୟା ଅଟନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now