ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖରର ଅଭିଯୋଗ ପରେ ତିହାଡ ଜେଲର ସୁପରିଣ୍ଟେଣ୍ଡେଣ୍ଟ ଅଜିତ କୁମାରଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଏଲଜି ଦ୍ବାରା ଗଠିତ ଯାଞ୍ଚ କମିଟିର ସୁପାରିଶ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସହଯୋଗ କରୁଥିବା ଅଭିଯୋଗ ଲାଗିଛି ଅଜିତଙ୍କ ନାମରେ। କୁହାଯାଉଛି କି, ଜେଲରେ ଥିବା ଠକ ସୁକେଶ ଦିଲ୍ଲୀ ଏଲଜି ବିନୟ କୁମାର ସକ୍ସେନାଙ୍କୁ ଚିଠି ଲେଖି କେଜରିୱାଲ, ଜୈନ ଓ କୈଳାଶ ଗହଲୋତଙ୍କ ତରଫରୁ ତାଙ୍କୁ ନିଜ ଅଭିଯୋଗ ଫେରାଇ ନେବାକୁ ଧମକ ଚମକ ଦିଆଯାଉଥିବା ଅଭିଯୋଗ କରିଥିଲା। ଚନ୍ଦ୍ରଶେଖରଙ୍କ ଓକିଲ ଅଶୋକ ସିଂ ସାତ ନଭେମ୍ବରକୁ ଉପରାଜ୍ୟପାଳ ଭି କେ ସକସ୍ପେନାଙ୍କୁ ପତ୍ର ଲେଖିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now