ଅବିଭାଗିକୃତ

ଟ୍ୱିର୍ଟର ରେ IPS ଯୁଦ୍ଧ

ଟୁଇଟର ରେ ଆଇପିଏସ ୱାର । ଟୁଇଟର ରେ ମୁହାଁମୁହିଁ ହେଲେ ଦୁଇ ଆଇପିଏସ ଅଫିସର । ପୋଲିସ ପାଇଁ ଅଡୁଆରେ ସରକାର ।ଜନତା ଙ୍କୁ ପୋଲିସ ର ମାଡ ଓ ଏହାର ଭିଡିଓ ସୋସିଆଲ ମିଡିଆ ରେ କ୍ଷେପଣାସ୍ତ୍ର ଭଳି ଭାଇରାଲ ହେବା ଉତ୍ତରପ୍ରଦେଶ ସରକାର କୁ ଅଡ଼ୁଆରେ ପକାଇଛି । ପୋଲିସ କାର୍ଯ୍ୟଶୈଳି ସରକାର ଙ୍କ ନିଦ ହଜେଇ ଦେଇଛି । ଘଟଣା ଉତ୍ତରପ୍ରଦେଶ ର ସୀମତ ନାହିଁ । ଓଡିଶାର ଚର୍ଚ୍ଚିତ ଆଇପିଏସ ଅଫିସର ତଥା ଏଡିଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା ଓ କେରଳ ର ପୁର୍ବତନ ପୋଲିସ ଡିଜି ଏନ.ସି ଆସ୍ଥନାଙ୍କ ମଧ୍ୟ୍ୟରେ ଟୁଇଟର ରେ ତୁ ତୁ ମେ ମେ ।ସରକାରଙ୍କୁ ନିନ୍ଧା କରିଛନ୍ତି ବିରୋଧୀ ଦଳ ନେତା ଅଖିଲେଶ ଯାଦବ । ବିରୋଧୀ ନିନ୍ଦା କରିବା ଯେତିକି ନିନ୍ଦନୀୟ ନୁହେଁ ଖୋଦ ଶାସକ ବିଜେପି ବିଧାୟକ ଏହି ଭିଡିଓ କୁ ସେୟାର କରି କଣ କହିବାକୁ ଚାହୁଁଛନ୍ତି । ପୋଲିସ କୁ ସଚେତନ ନା ସରକାର ଙ୍କୁ ସମାଲୋଚନା ।

ପୋଲିସ ହାଜତରେ ଲୋକ ଙ୍କୁ ମାଡ । ପୋଲିସ ଅଫିସର ଙ୍କ ଭିତରେ ଏହାକୁ ନେଇ ଟୁଇଟର ରେ ଉଚ୍ଚବାଚ ହୋଇଥିବା ବେଳେ ଉତ୍ତରପ୍ରଦେଶ ରାଜନୀତିର ରଙ୍ଗରେ ଅଧିକ ରଙ୍ଗୀନେ ହେବାରେ ଲାଗିଛି ଏହି ଘଟଣା ।ଏହି ଘଟଣାକୁ ଉଭୟ ସାସକ ଓ ବିରୋଧୀ ସମାଲୋଚାନ କରିଛନ୍ତି ।ଏ ସମସ୍ତ କଥା ବୟାନ କରୁଛି ପୋଲିସ ର ମାତ୍ରାଧିକ କାର୍ଯ୍ୟନୁଷ୍ଟାନ ।

ପୋଲିସ ଷ୍ଟେସନରେ ପୋଲିସ ଥାର୍ଡ ଡିଗ୍ରି ପ୍ରୟୋଗ କରିବା କିଛି ନୁଆ କଥା ନୁହେଁ । ଏହି ଭିଡିଓ ସୋସିଆଲ ମିଡିଆ ରେ ଘୁରି ବୁଲିବା ଦ୍ବାରା ଘଟଣାଟି ଯେତିକି ଚର୍ଚ୍ଚିତ ପୋଲିସ କେରଳର ପୁର୍ବତନ ପୋଲିସ ଡିଜି ଏହାକୁ ମୋନହରୀ ଦୃଶ୍ୟ ବା ଅତି ସୁନ୍ଧର ଦୃଶ୍ୟ ବୋଲି କହିବା ସେତିକି ବିବାଦୀୟ ।
କେତେବେଳେ ଅପରାଧ ଓ ଅପରାଧୀ ଙ୍କ ପାଇଁ ତ ଆଉ ଏବେ ପୋଲିସ ର ନିର୍ଧୁମ ମାଡ । ତେବେ କାରଣ ଯାହା ହେଉ ନା କାହିଁକି ଚର୍ଚ୍ଚା ରେ ୟୁପି ।

  • ସ୍ମରଜିତ ଆର୍ଯ୍ୟ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button