ଏୟାର ଇଣ୍ଡିଆ ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

Spread the love

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ନିଆଁ। ଅଳ୍ପକେ ସୁରକ୍ଷିତ ବର୍ତ୍ତିଲେ ସମସ୍ତ ଯାତ୍ରୀ। ଆବୁଧାବୀରୁ କଲିକଟ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବି୭୩୭-୮୦୦ ଭିଟି-ଏୱାଇସି ଅପରେଟିଂ ବିମାନ ଆଇଏକ୍ସ୩୪୮ ଉଡାଣ ଭରିବା ପରେ ବିମାନର ଏକ ଇଞ୍ଜିନରେ ଲାଗିଥିଲା ନିଆଁ।

ବିମାନ ଉଡାଣ ଭରିବାର ମାତ୍ର କିଛି ସମୟରେ ଏହା ପ୍ରାୟ ଏକ ହଜାର ଫୁଟ ଉପରେ ଥିବା ବେଳେ ଏକ ନମ୍ବର ଇଞ୍ଜିନରେ ଲାଗିଯାଇଥିଲା ନିଆଁ। ଏହା ଜଣାପଡିବା ପରେ ତୁରନ୍ତ ବିମାନକୁ ପୁଣି ଆବୁଧାବୀରେ ଲ୍ୟାଣ୍ଡ କରାଯାଇଥିଲା। ଏସମ୍ପର୍କରେ ଡିଜିସିଏ କହିଛନ୍ତି କି, ଘଟଣା ସମୟରେ ବିମାନରେ ୧୮୪ ଯାତ୍ରୀ ଥିଲେ। ଏୟାର ଇଣ୍ଡିଆ ଏକ୍ସପ୍ରେସ କହିଛି କି, ଯେମିତି ପାଇଲଟ ଟେକ ଅଫ କରିଥିଲେ, ବିମାନ ଏକ ହଜାର ଫୁଟ ଉପରେ ପହଞ୍ଚିଥିଲା ସେତେବେଳେ ପାଇଲଟ ଦେଖିଲେ ଏକ ଇଞ୍ଜିନରୁ ବାହାରୁଥିଲା ନିଆଁ କଣିକା। ଏହା ପରେ ବିମାନକୁ ତୁରନ୍ତ ଆବୁ ଧାବୀ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ତେବେ ଏହି ଘଟଣା ଉପରେ ତୁରନ୍ତ ଡିଜିସିଏ ଯାଞ୍ଚ ଆଦେଶ ଦେଇଛନ୍ତି।

ଏହା ପୂର୍ବରୁ ଜାନୁଆରୀ ୨୩ରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ତ୍ରିବେନ୍ଦ୍ରମରୁ ମସ୍କଟ ଯାଉଥିବା ବିମାନକୁ ୪୫ ମିନିଟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ତ୍ରିବେନ୍ଦ୍ରମରେ ଅବତରଣ କରାଯାଇଥିଲା।  ସେହିରପି ୨୨ ଡିସେମ୍ବରକୁ ଦୁବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଏକ ସାପ ମିଳିଥିଲା। ତେବେ ଦୁବାଇରେ ଅବତରଣ ପରେ ସାପ ବିମାନ ଭିତରେ ଥିଲା।

Leave a Reply

Your email address will not be published. Required fields are marked *