ପୁଣି ମଦ ପିଇ ୫ ମୃତ

Spread the love

ବିହାରରେ ପୁଣି ମଦ ମୃତ୍ୟୁ। ସରାନ ଜିଲ୍ଲାର ଭୁଆଲପୁରରେ ମଦ୍ୟପାନ କରି ୫ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଗୁରୁତର ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୧୦,୧୨ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି। ଅଗଷ୍ଟ ୫ରେ ପୂର୍ବରୁ ଏହି ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୧ ଲୋକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ସେପଟେ ଏସଡିଏମ ଯୋଗେନ୍ଦ୍ର କୁମାର କହିଛନ୍ତି ଯେ ଏହି ଲୋକମାନଙ୍କର ମଦ୍ୟପାନ ଯୋଗୁଁ ମୃତ୍ୟୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ଜଣାପଡିନାହିଁ। ଅଗଷ୍ଟ ୧୧ ତାରିଖରେ ୩ ଜଣ ଲୋକେ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ୨ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସରାନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ଏହି ଘଟଣା ବିଷୟରେ ଅବଗତ ହେବା ପରେ ଶୁକ୍ରବାର ରାତିରେ ଚଢାଉ କରି ୧୦, ୧୨ ଲୋକଙ୍କୁ ଗିରଫ କରିଛି।

ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *