ସ୍ପେସିଆଲ ସ୍କ୍ୱାର୍ଡ ଚଢ଼ାଉରେ ଗୋରୁ ବୋଝେଇ ଗାଡି ଜବତ । ୨୯ ଟି ରୁ ଉର୍ଦ୍ଧ ଗାଈ ଉଦ୍ଧାର । ସୋମବାର ବିଳମ୍ବିତ ରାତିରେ କଟକ ଜିଲ୍ଲାପାଳଙ୍କ ନିର୍ଦେଶରେ ଗଠନ ହୋଇଥିବା ସ୍ପେସିଆଲ ସ୍କୋର୍ୟାଡ଼ ସ୍କ୍ୱାର୍ଡ ପକ୍ଷରୁ ବାଙ୍କୀ ଅଂଚଳର ଭିନ୍ନ ଭିନ୍ନ ସ୍ଥାନ ରେ ଚାଲିଥିଲା ଚଢ଼ାଉ। ଏହା ମଧ୍ୟରେ କଟକ ବାଙ୍କୀର ମୁଖ୍ୟ ରାଜ୍ୟରାଜପଥର ପାଥପୁର ଠାରେ ଏକ ଗୋରୁ ବୋଝେଇ ଗାଡି ଜବତ ହୋଇଛି । ୱେଷ୍ଟବେଙ୍ଗଲକୁ ଚାଲାଣ ହେଉଥିବା ବେଳେ ଚଢ଼ାଉ ହୋଇଥିଲା। ଘଟଣାରେ ୩ ଜଣ ଦଲାଲଙ୍କୁ ଗିରଫ କରିଛି ବାଙ୍କୀ ପୋଲିସ। ଅନ୍ୟପଟେ ସୋମବାର ରାତିରେ ମହାନଦୀରୁ ଚୋରା ବାଲି ଭିନ୍ନ ଭିନ୍ନ ସ୍ଥାନରୁ କଳା ମୁଗୁନି ପଥର ଚୋରା ରେ ଚାଲାଣ ହେଉଥିବା ୫ ଟି ରୁ ଉର୍ଦ୍ଧ ବାଲି ଓ କଳାମୁଗୁନି ପଥର ବୋଝେଇ ହାୱା ଗାଡି କୁ ଜବତ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now