ସବୁ ସ୍ତରରେ ୟୁସିସିର ବିରୋଧ କରିବ ଅଲ୍ ଇଣ୍ଡିଆ ମୁସ୍ଲିମ ପର୍ସନାଲ ଲ ବୋର୍ଡ଼

Spread the love

ନୂଆଦିଲ୍ଲୀ/ଲକ୍ଷ୍ନୌ : ଅଲ୍ ଇଣ୍ଡିଆ ମୁସ୍ଲିମ ପର୍ସନାଲ ଲ ବୋର୍ଡ଼ର ଏକ ମହତ୍ୱପୂର୍ଣ୍ଣ ବୈଠକ ଲକ୍ଷ୍ନୌର ଏଶବାଗ ଇଦଗାହରେ ଆୟୋଜିତ କରାଯାଇଛି, ଯେଉଁଥିରେ ୟୁନିଫର୍ମ ସିଭିଲ୍ କୋଡ଼(ୟୁସିସି)ର ପ୍ରସଙ୍ଗ ପ୍ରମୁଖଭାବେ ଆଲୋଚିତ ହୋଇଛି । ବୋର୍ଡ଼ର ବୈଠକରେ ନିଷ୍ପତି ନିଆଯାଇଛି ଯେ ସମସ୍ତ ସ୍ତରରେ ୟୁସିିସିର ବିରୋଧ କରାଯିବ । ବୈଠକରେ ଏହା ମଧ୍ୟ ନିଷ୍ପତି ନିଆଯାଇଛି ଯେ ଲ କମିଶନ ଅଫ୍ ଇଣ୍ଡିଆକୁ ଶିଘ୍ର ଏହି ସମ୍ବନ୍ଧରେ ଏକ ଡ୍ରାଫ୍ଟ ପେଶ୍ କରାଯିବ ।

ବୈଠକରେ ନିଆଯାଇଥିବା ନିଷ୍ପତି ବିଷୟରେ ଆଧିକାରିକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ଯେଉଁ ସୂଚନା ବାହାରି ଆଗକୁ ଆସୁଛି, ସେଥିରେ କୁହାଯାଇଛି ଯେ ୟୁସିସିରେ ଲ କମିଶନ ଅଫ୍ ଇଣ୍ଡିଆକୁ ଯେଉଁ ଡ୍ରାଫ୍ଟ ବୋର୍ଡ଼କୁ ଦିଆଯାଇଛି, ଆଜିର ବୈଠକରେ ତା’ର ମଞ୍ଜୁରି ଦିଆଯାଇଛି । ବୋର୍ଡ଼ ଏହି ଡ୍ରାଫ୍ଟ ଦେଶର ବିଖ୍ୟାତ ଓକିଲଙ୍କ ସହିତ ମିଶି ପ୍ରସ୍ତୁତ କରାଇଛି ।

Leave a Reply

Your email address will not be published. Required fields are marked *