ଅମୃପାଳ ଉତ୍ତରାଖଣ୍ଡରେ ଥିବା ସନ୍ଦେହ

Spread the love

ଚଣ୍ଡିଗଡ: ଖାଲିସ୍ତାନୀ ସମର୍ଥକ ଅମୃତପାଳ ସିଂହଙ୍କ ଫେରାରକୁ ୬ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି। ପଳାତକ ଅମୃତପାଳଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପଞ୍ଜାବ ପୁଲିସ ଜାରି ରଖିଛି ତନାଘନା। ସେ ଉତ୍ତରାଖଣ୍ଡରେ ରହିଥିବା ସନ୍ଦେହ କରୁଛି ପୁଲିସ। ପଞ୍ଜାବରୁ ଖସି ପଳାଇବା ପରେ ହରିଆଣା ଯାଇଥିଲା। ୧୯ ଓ ୨୦ ଦୁଇ ଦିନ ସେ କୁରୁକ୍ଷେତ୍ର ଜିଲ୍ଲାର ଶାସବାଦରେ ରହିଥିବା ପୁଲିସକୁ ସୂଚନା ମିଳିଛି।

କୁରୁକ୍ଷେତ୍ର ଜିଲ୍ଲାରେ ଅମୃତପାଳ ରହୁଥିଲା ଜଣେ ମହିଳାଙ୍କ ଘରେ। ଏବେ ପୁଲିସ ସେହି ମହିଳାଙ୍କୁ ପଚୁରାଉଚରା କରୁଛି। ମହିଳା କହିଛନ୍ତି କି, ଅମୃତପାଳ ତାଙ୍କ ଘରେ ଜୋରଜବରଦସ୍ତ ରହିଥିଲା। ପଞ୍ଜାବର ପଡୋଶୀ ରାଜ୍ୟ ଉତ୍ତରାଖଣ୍ଡକୁ ମଧ୍ୟ ଆଲର୍ଟ ଜାରି କରାଯାଇଛି।

ସେପଟେ, ଅମୃତପାଳର ଆଉ ଜଣେ ସାଥୀ ତଜିନ୍ଦର ସିଂହ ବା ଗୋରଖ ବାବାଙ୍କୁ ଲୁଧିଆନାରୁ ଗିରଫ କରାଯାଇଛି। ତଜିନ୍ଦର ଅମୃତପାଳର ଗନମ୍ୟାନ। ଏଥିସହ ପୁଲିସ ଯାଞ୍ଚରେ ଜଣାପଡିଛି କି, ଅମୃତପାଳର ୧୫୮ ବିଦେଶୀ ଖାତାଗୁଡିକରେ ଫଣ୍ଡିଂ କରାଯାଉଥିଲା। ସେସବୁ ମଧ୍ୟରୁ ୨୮ ଖାତାକୁ ୫ କୋଟିରୁ ଅଧିକ ଟଙ୍କା ପଠାଯାଇଛି। ଏହି ସବୁ ଖାତାର ସମ୍ବନ୍ଧ ପଞ୍ଜାବର ମାଝା ଓ ମଲୱା ସହ ରହିଛି।

Leave a Reply

Your email address will not be published. Required fields are marked *