ବୌଦ୍ଧ: ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ସ୍ଵତନ୍ତ୍ର ଉପ-କାରାଗାର। ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ। ମୃତ କଏଦୀ ଜଣକ କଣ୍ଟାମାଳ ଥାନା କଳରକୋଠା ଗ୍ରାମର ଅରକ୍ଷିତ ସାହୁ। ଏହା ଏକ ସ୍ଵାଭାବିକ ମୃତ୍ୟୁ ନା କେହି ତାଙ୍କୁ ହତ୍ୟା କରିଛି ତାହା ଏବେ ସ୍ପଷ୍ଟ ହୋଇନାହିଁ। ସେପଟେ ଏ ସଂପର୍କରେ ଜେଲ କର୍ତ୍ତୁପକ୍ଷଙ୍କ ନୀରବତା ମୃତ୍ୟୁକୁ ସନ୍ଦେହ ଘନୀଭୂତ କରୁଛି। କଏଦିଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now