ସେନା ଚପର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

Spread the love

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ ଚିତା ଚପର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେନାର ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଚପର ଅରୁଣାଚଳପ୍ରଦେଶର ତଭାଙ୍ଗରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ସକାଳ ପ୍ରାୟ ୧୦ଟାରେ ଏକ ନିୟମିତ ଉଡାଣ କାଳରେ ଚପର ଦୁର୍ଘଟଣାଗ୍ରସ୍ତ ହୋଇଛି।

ସେନା ପକ୍ଷରୁ ଚପର ଦୁର୍ଘଟଣା ସମ୍ପର୍କରେ କୁହାଯାଇଛି କି, ଚିତା ଚପରରେ ଦୁଇ ଜଣ ପାଇଲଟ ସବାର ଥିଲେ। ଚପର ଦୁର୍ଘଟଣାଗ୍ରସ୍ତ ହେବା ପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ  ଲେପ୍ଟନାଣ୍ଟ କର୍ନଲ ସୌରଭ ଯାଦବଙ୍କ ଅବସ୍ଥା ସଂଗୀନ ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି।

ଚପର କିପରି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡି ନ ଥିବା ବେଳେ ଏହାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *