ଉରି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ସେନା

Spread the love

ବାରାମୁଲା : ବାରାମୁଲା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଉରି ସେକ୍ଟରରେ ଶନିବାର ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସେନାର ଯବାନ ମାନେ । ବିଭାଗୀୟ ଅଧିକାରୀ ମାନେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ସେନା ପକ୍ଷରୁ ବଣ ଜଙ୍ଗଲ ଘେରା ସମ୍ପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ ହୋଇଛି ।

ଅଧିକାରୀ ମାନେ କହିଛନ୍ତି ଯେ, ଆତଙ୍କବାଦୀ ଓ ସେନା ମଧ୍ୟରେ କିଛି ସମୟ ପାଇଁ ଗୁଳି ବିନିମୟ ହୋଇଥିଲା । ଏହାପରେ ପାକିସ୍ତାନ ଦ୍ୱାରା ଘଟଣାସ୍ଥଳରେ ଏକ କ୍ୱାଡ କାପ୍ଟର ଉଡା ଯାଇଥିଲା । ଯବାନ ମାନଙ୍କ ଦ୍ୱାରା ଗୁଳି ଚଳାଯିବା ପରେ କ୍ୱାଡ କାପ୍ଟରକୁ ପୁଣି ଫେରାଇ ନେଇଥିଲା ପାକିସ୍ତାନ । ଅଧିକାରୀ ମାନେ କହିଛନ୍ତି ଯେ,  କ୍ୱାଡ କାପ୍ଟରର ବ୍ୟବହାର କରି ଅନୁପ୍ରବେଶ ଉଦ୍ୟମ ସମୟରେ ସହାୟତା ପ୍ରଦାନ କରିବା ଦ୍ୱାରା ଆତଙ୍କବାଦୀ ଓ ପାକିସ୍ତାନ ସେନା ମଧ୍ୟରେ ମିଲିଭଗତ ସାମ୍ନାକୁ ଆସିଛି ।  

Leave a Reply

Your email address will not be published. Required fields are marked *