ରାତି ପାହିଲେ ନୂଆଁଖାଇ

ବଲାଙ୍ଗୀର: ରାତି ପାହିଲେ ପଶ୍ଚିମ ଓଡିଶାର ବଡ଼ଖା ତିହାର ନୂଆଖାଇ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବ ଶେଷ ହୋଇସାରିଛି। ଆଜି ଟିଟିଲାଗଡ଼ରେ ନୂଆଖାଇ ପାଇଁ ସ୍ୱତନ୍ତ୍ର ହାଟର ପସରା ଖୋଲିଛି। କୁରେପତ୍ର, ଖଲି ଦାନ, ଝାଡୁ, ମାଟି ପାତ୍ର, ନୂଆ ଚୁଡା, ନୂଆ ଧାନ, ମାଟିରେ ତିଆରି ପାତ୍ର, ବାଉଁଶରେ ତିଆରି ସାମଗ୍ରୀ ସହ ପୂଜା ଵିଧିରେ ଲାଗି ହେଉଥିବା ସମସ୍ତ ସାମଗ୍ରୀର ପସରା ଖୋଲିଛି। ଆଦିବାସୀ ପରମ୍ପରା ଅନୁଯାୟୀ ସ୍ୱତନ୍ତ୍ର କୁକୁଡ଼ା, ଛେଳିର ବଜାର ବି ବସିଛି। ଏଥିପାଇଁ ବେଶ ଭିଡ଼ ବି ଜମିଛି। ସହରର ବିଜୁ ପଟ୍ଟନାୟକ ଛକ ବା ପୋଲିସ ଥାନା ସମ୍ମୁଖରେ ବସିଥାଏ ଏହି ସ୍ୱତନ୍ତ୍ର ହାଟ। ଆଦିବାସୀ ମାନେ ନିଜ ଆରାଧ୍ୟ ଦେବି ବା ଇଷ୍ଟ ଦେବୀ ଙ୍କ ପାଖରେ କୁକୁଡ଼ା ବଳି ଦେଇଥାନ୍ତି। ସହର ସମସ୍ତ ଲୋକେ ତଥା ଟିଟିଲାଗଡ଼ ଅଂଚଳ ର ଆଖ ପାଖର ଲୋକେ ଏହି ନୂଆଖାଇ ହାଟ ଉପରେ ନିର୍ଭର କରିଥାନ୍ତି l ନୂଆ ଲୁଗା, କପଡା, ର ବି ସ୍ୱତନ୍ତ୍ର ହାଟ ବସିଛି। ନୂଆଖାଇରେ ସବୁ କିଛି ନୂଆ ନୂଆ ସାମଗ୍ରୀ ଲାଗିଥାଏ l ଏଥିପାଇଁ ଲୋକେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି। ପରମ୍ପରା ଅନୁଯାୟୀ ସମସ୍ତେ ଏହି ଭାଇ ଚାରାର ପର୍ବକୁ ପାଳନ କରିବା ପାଇଁ ବେଶ ଉତ୍ସାହିତ ରହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *