ମୁମ୍ବାଇ: ମୁମ୍ବାଇ ହାଇକୋର୍ଟ ଦୁଇ ବର୍ଷ ପୂର୍ବେ ଗଣ ବଳାତ୍କାର ମାମଲାରେ ଗିରଫ ୧୮ ବର୍ଷୀୟ ଯୁବକଙ୍କୁ ଜାମିନ ପ୍ରଦାନ କରିଛି। ବୁଧବାର ଲପଲବ୍ଧ କରାଯାଇଥିବା ୨୨ ଅଗଷ୍ଟର ଆଦେଶରେ ନ୍ୟାୟମୂର୍ତ୍ତି ଭାରତୀ ଡାଙ୍ଗରେଙ୍କ ଖଣ୍ଡପୀଠ କହିଛନ୍ତି କି, ଆଇନ ଭଙ୍ଗ କରୁଥିବା ବାଳକ ନିଜ ପରିବାରକୁ ଫେରିବାର ଅଧିକାର ରଖିଛି। ଅଭିଯୁକ୍ତ ଗିରଫ ହେବା ପରଠାରୁ ମୁମ୍ବାଇର ଡୋଙ୍ଗରି ଅଞ୍ଚଳରେ ଥିବା ଏକ ବାଳ ସୁଧାର ଗୃହରେ ବନ୍ଦୀ ଜୀବନ ବିତାଉଛି। ତା ଉପରେ ୨୦୨୦ରେ ଏକ ସାତ ବର୍ଷର ବାଳିକା ସହ ସାମୂହିକ ବଳାତ୍କାର ମାମଲା ଚାଲିଛି। ସେତେବେଳେ ଅଭିଯୁକ୍ତକୁ ୧୬ ବର୍ଷ ହୋଇଥିଲା।
କୋର୍ଟ ଅଭିଯୁକ୍ତକୁ ଜାମିନ ଦେବାକୁ ଆଦେଶ ଦେଇ କହିଛନ୍ତି, ଆବେଦକ ବର୍ତ୍ତମାନ ବୟସ୍କ ହୋଇଛି। ଏବେ ତାର ଶିକ୍ଷାକୁ ବନ୍ଦ କରାଯାଇ ନ ପାରେ ଓ ତାକୁ ତାର ପରିବାରକୁ ଫେରି ଯିବାର ଅଧିକାର ରହିଛି, ଯେମିତି ତାର କ୍ଷମତାର ବିକାଶ ହୋଇପାରିବ। ନ୍ୟାୟମୂର୍ତ୍ତି ଡାଙ୍ଗରେ କହିଛନ୍ତି, ଆବେଦକ ସୁଧାର ଗୃହରେ ରହିବା ବେଳେ ତାର ବ୍ୟବହାରରେ ସକାରାତ୍ମକ ବ୍ୟବହାର ଦେଖିବାକୁ ମିଳିଛି।
ଅବେଦନକାରୀ ଯାଚିକାରେ ଉଲ୍ଲେଖ କରିଥିଲା କି, ସୁଧାର ଗୃହରେ ରହିବା ଦ୍ବାରା ତା ଜୀବନରେ ଏକ ବ୍ୟବଧାନ ଆସିଛି। ଯଦି ତାକୁ ସଠିକ ରୂପେ ସୁଯୋଗ ଦିଆଯାଏ, ମାର୍ଗଦର୍ଶନ ଓ ସମର୍ଥନ ମିଳେ ତେବେ ତାର ବିକାଶ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now