ଆଣ୍ଡାମାନ ଆକାଶରେ ଦେଖାଦେଇଥିଲା ସନ୍ଦିଗ୍ଧ ବେଲୁନ

Spread the love

ନୂଆଦିଲ୍ଲୀ: ଭାରତୀୟ ଆକାଶରେ ସନ୍ଦିଗ୍ଧ ବେଲୁନ ଦେଖିବା ନେଇ ସୂଚନା। ଭାରତୀୟ ସେନା ଅଣ୍ଡାମାନ ଓ ନିକୋବର ଆକାଶରେ ଏକ ବର୍ଷ ପୂର୍ବେ ଆମେରିକା ଏୟାର ଫୋର୍ସ ଦ୍ବାରା ନଷ୍ଟ କରାଯାଇଥିବା ଚାଇନା ଗୁଇନ୍ଦା ବେଲୁନ ପରି ଏକ ବସ୍ତୁ ଦେଖିବାକୁ ମିଳିଥିଲା। କିନ୍ତୁ ଆମେରିକା ପରି ସେହି ସନ୍ଦିଗ୍ଧ ବସ୍ତୁ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା, କାରଣ ଏହାସ୍ପଷ୍ଟ ଦୃଶ୍ୟମାନ ହେଉ ନ ଥିଲା।

ଏସମ୍ପର୍କରେ ଏଏନଆଇକୁ ସେନା ଅଧିକାରୀ କହିଛନ୍ତି କି, କିଛି ଦିନ ତଳେ ଆଣ୍ଡାମାନ ନିକୋବର ପରିଧୀରେ ବଲୁନ ସଦୃଶ କିଛି ଗୋଟିଏ ଆକାଶରେ ଦୃଶ୍ୟମାନ ହେବାରୁ ତାର ଚିତ୍ର ହାଇ ରିଜୋଲ୍ୟୁସନରେ ନିଆଯାଇଥିଲା। ତଥାପି ଚିତ୍ରରୁ ସ୍ପଷ୍ଟ ହୋଇପାରିନଥିଲା ଏହ ବେଲୁନ ବା ଅନ୍ୟକିଛି। ତିନି ଚାରି ଦିନ ପରେ ତାହା ସେଠାରୁ ଅପସରି ଯାଇଥିଲା ଓ ତାହା ଚୀନରୁ ଆସିଥିଲା କି ମିୟାମାରରୁ ତାହା ମଧ୍ୟ ସ୍ପଷ୍ଟ ହୋଇ ନ ଥିଲା।

ସେହି ସମୟରେ ଲାଗିଥିଲା, ତାହା କୌଣସି ମେଟ୍ରୋଲୋଜିକାଲ ବେଲୁନ ପରି ଓ ଏହି ପରି ବେଲୁନ ପାକିସ୍ତାନ ଆଡୁ ଭାରତ ଦେଇ ପବନରେ ବେଲୁନ ଆକାଶରେ ଦେଖା ଦେଇଥାଏ। ଅଧିକାରୀ ଆହୁରି କହିଛନ୍ତି କି, ଆଗାମୀ ଦିନରେ ଏପରି କିଛି ଆଉ ଯଦି ଆଣ୍ଡାମାନ କି ଅନ୍ୟ ପ୍ରାନ୍ତରେ ଦେଖାଦିଏ, ତେବେ ତାହା ଉପରେ ଅନୁଧ୍ୟାନ କରି ଯଦି ତାହା ଗୁଇନ୍ଦା ବେଲୁନ ହୋଇଥିଲେ ତାହାକୁ ତଳକୁ ଖସାଇ ଅଣାଯିବ।

Leave a Reply

Your email address will not be published. Required fields are marked *