ବିଦର୍ଭ: ୩ ଦିନରେ ୯ ଚାଷୀଙ୍କ ଆତ୍ମହତ୍ୟା

Spread the love

ମୁମ୍ବାଇ: ମହାରାଷ୍ଟ୍ରର ବିଦର୍ଭରେ ଚାଷୀ ଆତ୍ମହତ୍ୟା ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ତିନି ଦିନରେ ୯ ଜଣ ଚାଷୀ ଆତ୍ମହତ୍ୟା କଲେଣି। ବିଦର୍ଭ ଜନ ଆନ୍ଦୋଳନ ସମିତି (ବିଜେଏସ) ପକ୍ଷରୁ ଗୁରୁବାର ଏହି ତଥ୍ୟ ଦିଆଯାଇଛି। ବିଜେଏସ ଏକ ଏନଜିଓ ଯାହା ଆତ୍ମହତ୍ୟା କରୁଥିବା ଚାଷୀଙ୍କ ବିଧବାଙ୍କ ପାଇଁ କାମ କରିଥାଏ।

ବିଜେଏସ ଅନୁଯାୟୀ, ଲଗାଣ ବର୍ଷା, ବନ୍ୟା କାରଣରୁ ଚଳିତ ବର୍ଷ ଚାଷ ବହୁଭାବେ କ୍ଷତିଗ୍ରସ୍ତ ହୋଇଛି। କୃଷକ ଯେଉଁ ଧାର କରଜ କରି ଚାଷ କରିଥିଲେ ତାକୁ ଧୋଇ ନେଇଛି ବର୍ଷା। ଆଗକୁ କିପରି ପରିବାର ଚଳାଇବେ ଓ କିପରି ଚାଷ କରିବେ ସେହି ଚିନ୍ତାରେ ବହୁ କୃଷକ ପରିବାର। ଏପରି ସମୟରେ ଅନେକ ଆତ୍ମହତ୍ୟାକୁ ବାଛିନେଇଥିବା ବିଜେଏସ କହିଛି।

ବିଜେଏସ ତଥ୍ୟ ଅନୁଯାୟୀ, ଆତ୍ମହତ୍ୟା କରିଥିବା ୯ କୃଷକଙ୍କ ମଧ୍ୟରୁ ୫ ଜଣ ଜବତମାଲ ଜିଲ୍ଲାର। ୪ ଜଣ ଚାଷୀ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ୫ ଜଣ କୀଟ ନାଶକ ଔଷଧ ଖାଇ ଜୀବନ ହାରିଛନ୍ତି।  ଆତ୍ମହତ୍ୟା କରୁଥିବା ଅଧିକାଂଶ କ୍ଷୁଦ୍ର ଚାଷୀ।

ବିଦର୍ଭର ଅକୋଲା, ଅମରାବତୀ, ଯବତମାଲ, ବୁଲୃାଣା, ବାଶିମ ଓ ବର୍ଧା ଜିଲ୍ଲା ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାକୁ ନେଇ ଚାଷୀ  ଚିନ୍ତାରେ। ତେଣୁ ରବି ଫସଲ ପାଇଁ ସରକାର ତୁରନ୍ତ ଚାଷୀଙ୍କୁ ଋଣ ପ୍ରଦାନ କରିବା ଆବଶ୍ୟକ ଓ କୃଷକଙ୍କ ପାଇଁ ଆର୍ଥିକ ସହାୟତା ସହ ଋଣ ଛାଡ କରିବାକୁ  ବିଜେଏସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *