ଭୁବନେଶ୍ୱର : ଆଜି ଭୁବନେଶ୍ୱରରୁ STF ବିଭାଗକୁ ଏକ ବଡ ସଫଳତା ମିଳାଛି । STF ବିଭାଗ 1 କୋଟିରୁ ଅଧିକ ମୁଲ୍ୟର 1 କେଜି ରୁ ଅଧିକ ଓଜନର ବ୍ରାଉନସୁଗାର ସହ ଡିଲରକୁ ମଧ୍ୟ ଗିରଫ କରିଛି । ଆଜି ଭୁବନେଶ୍ୱରର ଏକ ସରକାରି ଆବାଶରେ ବ୍ରାଉନସୁଗାର ଡିଲ ଚାଲିଥିବାବେଳେ STF ବିଭାଗ ଚଢାଉ କରି ବ୍ରାଉନସୁଗାର ସହ ଡିଲରକୁ ଗିରଫ କରିଛି । ଅଭିଯୁକ୍ତ ଡିଲର ଚିତ୍ତରଞ୍ଜନ ସାହୁ (37 ବର୍ଷ) ଢେଙ୍କାନାଳରୁ ବୋଲି ଜଣା ପଡିଛି । ଅଭିଯୁକ୍ତ ଚିତ୍ତରଞ୍ଜନ ପାଖରୁ ଗୋଟିଏ ବାଇକ ସହ ଗୋଟିଏ ମୋବାଇଲ ଜବତ କରି ତାକୁ କୋର୍ଟ ଚାଲାଣ କରିଛି ପୋଲିସ୍ । STF ଏସପିଙ୍କ ମୁତାବକ ଏକ ବେଶେଷ ସୂତ୍ର ରୁ ଖବର ପାଇ STF ବିଭାଗ ଘଟଣାସ୍ଥଳ ରେ ଚଢାଉ କରିଥିଲା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now