ପ୍ରଧାନମନ୍ତ୍ରୀ ମୋଦୀ ଓ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାର୍ତା 

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ହିରୋଶିମାରେ ଜି-୭ ଶିଖର ବାର୍ତାରେ ଆଜି ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ ଇୟୋଲଙ୍କ ସହିତ ଦ୍ୱିପାକ୍ଷିକ ବାର୍ତା କରିଛନ୍ତି ।  ଦୁଇ ନେତା ଭାରତ-ଦକ୍ଷିଣ କୋରିଆ ସମ୍ବନ୍ଧକୁ ଆହୁରି ଅଧିକ ମଜବୁତ କରିବାକୁ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଦୁଇ ନେତା କାରବାର ଓ ନିବେଶ, ଉଚ୍ଚ ପ୍ରାଦ୍ୟୋଗିକ, ଆଇଟି ହାର୍ଡୱେୟାର ଉତ୍ପାଦନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର ଏବଂ ସାଂସ୍କୃତିକ କ୍ଷେତ୍ରରେ ସହଯୋଗକୁ ବଢାଇବାକୁ ସହମତ ହୋଇଥିଲେ । ଏହି ଅବସରରେ ହିନ୍ଦ-ପ୍ରଶାନ୍ତ ରଣନୀତି ଓ ଭାରତର ଜି-୨୦ ଅଧ୍ୟକ୍ଷତା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *