ଭାରତୀୟ କୃଷକ ସଂଗଠନର ଲକ୍ଷ୍ନୌ ଚାଲ ଡାକରା

Spread the love

ନୂଆଦିଲ୍ଲୀ: ଭାରତୀୟ କୃଷକ ୟୁନିୟନର ବୈଠକରେ ବଡ ନିଷ୍ପତ୍ତି। ବହୁ ସଂଖ୍ୟାରେ କୃଷକଙ୍କୁ ଲକ୍ଷ୍ନୌ ଯିବାକୁ ଆହ୍ବାନ କରିଛି ସଂଗଠନ। ୨୬ ନଭେମ୍ବରକୁ ରାଜଧାନୀ ଲକ୍ଷ୍ନୌରେ ଚାଷୀଙ୍କ ମହାପଞ୍ଚାୟତ ପାଇଁ  ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଘେରାଉ ପାଇଁ ଡକରା ଦିଆଯାଇଛି।

ଏହାର ଘୋଷଣା କରଛନ୍ତି ଭାରତୀୟ କୃଷକ ସଂଗଠନର ପ୍ରବକ୍ତା ରାକେଶ ଟିକାୟତ। ସମସ୍ତ ଚାଷୀଙ୍କୁ ଲକ୍ଷ୍ନୌ ଯିବାକୁ ଆହ୍ବାନ ଦେବା ସହ ରାଜ୍ୟପାଳ ଭବନ ବା ମୁଖ୍ୟମନ୍ତ୍ରୀ ଆବାସରେ ପଞ୍ଚାୟତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ କୃଷକ ଆଇନ ବିରୋଧରେ ହୋଇଥିବା ଆନ୍ଦୋଳନର ଦୁଇ ବର୍ଷ ପୂରା ହୋଇଛି। ଏବେ ଲକ୍ଷ୍ନୌ ମହାପଞ୍ଚାୟତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।  

Leave a Reply

Your email address will not be published. Required fields are marked *