ଭାରତ-ପାକ୍ ସୀମାରେ ଡ୍ରୋନ୍ ଶବ୍ଦ, ୧୫ରୁ ଅଧିକ ରାଉଣ୍ଡ ଫାଇରିଂ କରି ଘଉଡାଇଲା ବିଏସଏଫ

Spread the love

ଶ୍ରୀଗଙ୍ଗାନଗର : ପଶ୍ଚିମ ସୀମାରୁ ଲଲି ରାୟସିଂହନଗର ଅଂଚଳରେ ଖ୍ୟାଲିବାଲା ପୋଷ୍ଟ ନିକଟରେ ଶନିବାର ରାତିରେ ଏକ ଡ୍ରୋନ୍ ର ଶବ୍ଦ ଶୁଣିବାକୁ ମିଳିଥିଲା । ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନ ମାନେ ଗୁଳି ଚଳାଇ ଏହି ଡ୍ରୋନ୍ କୁ ଖସାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ, ଅନ୍ଧକାରର ସୁଯୋଗ ନେଇ ଡ୍ରୋନ୍ ଟି ସେଠାରୁ ଗାୟବ୍ ହୋଇଯାଇଥିଲା ।

ରବିବାର ସକାଳେ ଏନେଇ ସୂଚନା ଦେଇ ଜିଲ୍ଲା ପୋଲିସ ଅଧିକ୍ଷକ ପରିସ ଦେଶମୁଖ କହିଛନ୍ତି ଯେ, ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ରାୟସିଂହନଗର ଅଂଚଳକୁ ଡ୍ରୋନ୍ ଟି ଆସିଥିଲା । ବିଏସଏଫ ଯବାନ ମାନେ ଏହାର ଶବ୍ଦ ଶୁଣିବା ପରେ ଶବ୍ଦ ଆସୁଥିବା ଦିଗକୁ ପ୍ରାୟ ୧୫ରୁ ଅଧିକ ରାଉଣ୍ଡ ଫାଇରିଂ କରିଥିଲେ । ଫାଇରିଂ ପରେ ଡ୍ରୋନ୍ ଟି ପାକିସ୍ତାନ ସୀମା ଦେଇ ଚାଲିଯାଇଥିଲା । ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନ କରାଯାଇଛି, ତେବେ ବର୍ତମାନ ସୁଦ୍ଧା ସମ୍ପୃକ୍ତ ଅଂଚଳରୁ ସେପରି କିଛି ଜିନିଷ ଜବତ ହୋଇନାହିଁ । 

Leave a Reply

Your email address will not be published. Required fields are marked *