ମୁଖ୍ୟମନ୍ତ୍ରୀ ଭାବେ ଭୁପେନ୍ଦ୍ର ପଟେଲଙ୍କ ଶପଥ ଗ୍ରହଣ

Spread the love

ଗାନ୍ଧୀନଗର: ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ନେଇଛନ୍ତି ଭୁପେନ୍ଦ୍ର ପଟେଲ। ଭୁପେନ୍ଦ୍ର ପଟେଲଙ୍କ ସହ ମୋଟ ୧୭ ଜଣ ସୋମବାର  ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ରର ବହୁ ନେତାଉପସ୍ଥିତ ଥିଲେ।

ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଭୁପେନ୍ଦ୍ର ପଟେଲଙ୍କ ସମେତ ୧୭ ଜଣଙ୍କୁ  ଶପଥପାଠ କରାଇଛନ୍ତି। ଏମାନଙ୍କ ଭିତରେ ରହିଛନ୍ତି କନୁଭାଇ ଦେଶମୁଖ, ଋଷିକେଶ ପଟେଲ, ରାଘବଜୀ ପଟେଲ, ବଲବନ୍ତ ସିଂହ ରାଜପୁର, ଭନୁବେନ ବାବରିୟା, କୁଂବରଜୀ ବାବଲିୟା, ଅୟ୍ୟର ମୁଲୁଭାଇ ବେରୀ, କୁବେର ଡିଣ୍ଡୋର, ହର୍ଷ ସାଂଘବୀ, ଜଗଦୀଶ ପାଞ୍ଚାଳ, ବଚ୍ଚୁ ଖାବଡ, ପୁରୁପୋତ୍ତମ ସୋଲଙ୍କି, ମୁକେଶ ଭାଇ ପଟେଲ, ପ୍ରଫୁଲ ପାନସେରିୟା, ଭିଖୁ ସିଂହ ଜି ପରମାର ଓ କୁଂବରଜୀ ହଲପତି।

ଭୁପେନ୍ଦ୍ର ପଟେଲ ୧୮ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବ ସରକାରରେ ଥିବା ୮ ଜଣ ମନ୍ତ୍ରୀ ଏଥର କ୍ୟାବିନେଟରେ ସ୍ଥାନ ପାଇନାହାନ୍ତି। ଚଳିତ ବିଧାନସଭା ନିର୍ବାଚନରେ ରାଜ୍ୟରେ ବିଜେପି ରେକର୍ଡ ବିଜୟ ହାସଲ କରିଛି। ଦିଲ୍ଲୀ ପରେ ପଞ୍ଜାବରେ ଆପ ଦଳ ସରକାର ଗଠନ କରିବା ବେଳେ କିନ୍ତୁ ଗୁଜରାଟରେ ହାମ୍ବୁଡେଇ ପଡିଛି। ତେବେ ଦଳର ମହାବିଜୟ ପରେ ପୁଣିଥରେ ଭୁପେନ୍ଦ୍ରଙ୍କ ନେତୃତ୍ୱ ଉପରେ ଭରସା କରିଛନ୍ତି କେନ୍ଦ୍ରୀୟ ନେତୃତ୍ବ।

Leave a Reply

Your email address will not be published. Required fields are marked *