ଖାଇକୁ ବସ ଖସି ୪ ମୃତ

ରଜୋରୀ: ଗୁରୁବାର ଏକ ବସ କିଛି ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବେଳେ ଜମ୍ମୁ କାଶ୍ମୀରର ଭିମବର ଗଲି ନିକଟରେ ଖାଇକୁ ଖସିପଡିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି।

ମଞ୍ଜାକୋଟେ ତହସିଲଦାର ଜାଭେଦ ଚୌଧୁରୀ କହିଛନ୍ତି କି, ବସଟି ସକାଳୁ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରଜୋରୀ ଜିଲ୍ଲା ଭୀମ୍ବର ଗଲି ନିକଟରେ ଖାଇକୁ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ବହୁ ଲୋକ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକ ସୂଚନା ମିଳିପାରି ନାହିଁ।

ସେପଟେ ବୁଧବାର ସୱଜିଆନରୁ ମଣ୍ଡି ଯାଉଥିବା  ଏକ ମିନି ବସ ପୁଞ୍ଚ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣଙ୍କ ଆହତ ହୋଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *