ସାମ୍ବାଦିକ ବିବେକ ରଘୁବଂଶୀଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

Spread the love

ନୂଆଦିଲ୍ଲୀ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସ୍ୱତନ୍ତ୍ର ସାମ୍ବାଦିକ ବିବେକ ରଘୁବଂଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେ ସେନା ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ସମ୍ବନ୍ଧୀୟ ଗୁପ୍ତ ସୂଚନାକୁ ବିଦେଶୀ ଗୁପ୍ତଚର ଏଜେନସୀ ସହ ବାଂଟିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ସିବିଆଇ ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ ରଘୁବଂଶଙ୍କ ବିରୋଧରେ ମାମଲା ରୁଜୁକରିଛି । ରଘୁବଂଶୀ ପାକିସ୍ଥାନର ଗୁପ୍ତଚର ବିଭାଗ ତଥା ଅନ୍ୟାନ୍ୟ ଦେଶ ସହିତ ଗୁପ୍ତ ସୂଚନା ଦେଇଥିବା ଅଭିଯୋଗ ହୋଇଛି ।

ନିକଟରେ ମହାରାଷ୍ଟ୍ରର ଏଟିଏସର ପୁଣେ ୟୁନିଟ୍ ପାକିସ୍ଥାନୀ ଏଜେଂଟକୁ ଗୁପ୍ତଚର ସୂଚନା ବାଂଟିଥିବା ଅଭିଯୋଗରେ ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *