ଲାଲୁ ଯାଦବଙ୍କ ନିକଟତର ଚନ୍ଦ୍ର ଗୁପ୍ତାଙ୍କ ନୋଇଡ଼ା, ଦିଲ୍ଲୀ ଓ ଗୁରୁଗ୍ରାମ ସ୍ଥିତ ଘରେ ସିବିଆଇ ଚଢ଼ଉ

Spread the love

ନୂଆଦିଲ୍ଲୀ : ଜମି ବଦଳରେ ଚାକିରୀ ଦୁର୍ନୀତି ମାମଲାକୁ ନେଇ କେନ୍ଦ୍ରୀୟ ତଦନ୍ତ ତଦନ୍ତକାରୀ ବ୍ୟୁରୋ(ସିବିଆଇ) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହିତ ଜଡ଼ିତ ନେତା ମାନଙ୍କର ବିହାର ଏବଂ ଦିଲ୍ଲୀ – ଏନସିଆର ଠିକଣାରେ ମଙ୍ଗଳବାର ସକାଳୁ ଚଢ଼ଉ ଚାଲିଛି ।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ଥିବା ପ୍ରେମଚାନ୍ଦ ଗୁପ୍ତାଙ୍କ ଦିଲ୍ଲୀ, ନୋଇଡ଼ା ଏବଂ ଗୁରୁଗ୍ରାମ ଠିକଣାରେ ଆଜି ସକାଳେ ସିବିଆଇର ଟିମ୍ ପହଂଚି ଥିଲା । ଏଥିସହିତ ସିବିଆଇର ଅନ୍ୟ ଏକ ଟିମ୍ ବିହାରରେ ଆରଜେଡିର କିଛି ନେତାଙ୍କ ଘରେ ପହଂଚିଥିଲା । ସୂଚନା ପ୍ରକାରେ ଆଜି ସକାଳେ ସିବିଆଇର ଏକ ଟିମ୍ ଆରଜେଡି ବିଧାୟକ କିରଣ ଦେବୀ ଓ ପୂର୍ବତନ ବିଧାୟକ ଅରୁଣ ଯାଦବଙ୍କ ଗ୍ରାମ ଅଗିଆମ୍ବ (ଆରା)ରେ ଚଢ଼ଉ କରିବାକୁ ପହଂଚିଥିଲା । ସେହିପରି ଅନ୍ୟ ଏକ ଟିମ୍ ପାଟଣାରେ ମଧ୍ୟ ଆରଜେଡି ସହିତ ଜଡ଼ିତ କିଛି ନେତାଙ୍କ ଘରେ ଚଢ଼ଉ କରିବାକୁ ପହଂଚି ଥିଲା । 

Leave a Reply

Your email address will not be published. Required fields are marked *