ଦେଶରେ ସାଇବର ଅପରାଧ ଯାଞ୍ଚ ପାଇଁ ପ୍ରଥମ- ଅପରେସନ ମେଘଚକ୍ର

Spread the love

ନୂଆଦିଲ୍ଲୀ: ଇଣ୍ଟରନେଟରେ ଶିଶୁ ଯୌନ ଉତ୍ପୀଡନ ସମ୍ବନ୍ଧୀୟ ଅଶ୍ଳୀଳ ଭିଡିଓ ଉପରେ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇଭେଷ୍ଟିଗେସନ (ସିବିଆଇ)ର ବଡ କାର୍ଯ୍ୟାନୁଷ୍ଠାନ। ସିବିଆଇ ପକ୍ଷରୁ ଦେଶବ୍ୟାପୀ ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ଚାଲିଛି ଅପରେସନ ମେଘଚକ୍ର।

ଦେଶରେ ବୃଦ୍ଧି ପାଉଥିବା ଶିଶୁଙ୍କ ସମ୍ବନ୍ଧିତ ଅଶ୍ଳୀଳ ଭିଡିଓ ଉପରେ ସିବିଆଇ ପଦକ୍ଷେପ ସ୍ବରୂପ ଆରମ୍ଭ ହୋଇଛି ଅପରେସନ ମେଘଚକ୍ର। ଏହି କ୍ରମରେ ଦେଶର ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୬ ସ୍ଥାନରେ ଚାଲିଛି ଚଢାଉ। ରାଜ୍ୟ ଗୁଡିକ ମଧ୍ୟରେ ହିମାଚଳ ପ୍ରଦେଶ, ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ଝାରଖଣ୍ଡ, ଛତିଶଗଡ, ମହାରାଷ୍ଟ୍ର, ଗୁଜୁରାଟ, ଗୋଆ, କର୍ଣ୍ଣାଟକ, ତେଲେଙ୍ଗାନା ଓ ତାମିଲନାଡୁ ରହିଛି।

ନ୍ୟୁଜିଲାଣ୍ଡର ଇଣ୍ଟରପୋଲ ସୂଚନା ଆଧାରରେ ଏହି ସର୍ଚ୍ଚ ଜାରି ରହିଛି। ଏହି ସର୍ଚ୍ଚ ଅପରେସନକୁ ଅପରେସନ ମେଘଚକ୍ର ନାମ ଦିଆଯାଇଥିବା ବେଳେ କ୍ଲାଉଡ ସ୍ପେସ ମାଧ୍ୟମରେ ଅନଲାଇନ ଚାଇଲ୍ଡ ସେକ୍ସୁଆଲ ଏକ୍ସପ୍ଲଇଟେସନ ମ୍ୟାଟେରିଆଲ ବା (ସିଏସଇଏମ)  ଡାଉନଲୋଡ ହେଉଛି। ଗତ ବର୍ଷ ସିବିଆଇ ଦ୍ବାରା ଏହି ମାମଲାରେ ରେଜିଷ୍ଟର ହୋଇଥିବା ଦୁଇଟି ଘଟଣା ଉପରେ ଚଢାଉ ଚାଲିଛି।

୨୦୨୧ ନଭେମ୍ବରରେ ସିବିଆଇ ଏହିପରି ଏକ ସ୍ବତନ୍ତ୍ର ଅପରେସନର ଆରମ୍ଭ କରିଥିଲା ଅପରେସନ କାର୍ବନ ନାମରେ। ସେତେବେଳେ ୮୩ ଲୋକଙ୍କ ବିରୋଧରେ ୭୬ଟି ସ୍ଥାନରେ ଚଢାଉ କରାଯିବା ସହ ବହୁ ସଂଖ୍ୟାରେ ଗିରଫଦାରି ହୋଇଥିଲା। ସାଇବର ଅପରାଧ ଉପରେ ଏହା ହେଉଛି ପ୍ରଥମ ଯାଞ୍ଚ ଏଜେନ୍ସି ଯାହା ଦେଶରେ ସାଇବର ଅପରାଧ ସମ୍ବନ୍ଧିତ ଯାଞ୍ଚ ପାଇଁ ସ୍ଥାପିତ ହୋଇଛି।

Leave a Reply

Your email address will not be published. Required fields are marked *