ଆଜି ରାତିରେ ଭାଙ୍ଗିବ ଚାନ୍ଦିନୀ ଚୌକ ପୋଲ

Spread the love

ମୁମ୍ବାଇ: ନୋଏଡାର ଟ୍ବିନ ଟାୱାର ଭଙ୍ଗାଯିବା ପରେ ଶନିବାର ରାତିରେ ଭଙ୍ଗାଯିବ ମହାରାଷ୍ଟ୍ରର ଏକ ପୁରୁଣା ପୋଲ। ଶନିବାର ମଧ୍ୟ ରାତ୍ରୀରେ ପୁଣେର ପୁରୁଣା ଓ ବିପଦଶଙ୍କୁଳ ଚାନ୍ଦିନୀ ଚୌକ ପୋଲକୁ ବିସ୍ଫୋରଣ କରି ଭଙ୍ଗାଯିବ। ପୋଲ ଭାଙ୍ଗିବାର ସମସ୍ତ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି।

ଚାନ୍ଦିନୀ ଚୌକ ପୋଲ ପୁଣେର ଏକ ପୁରାତନ ପୋଲ। କିନ୍ତୁ ପୋଲଟି ଜରାଜିର୍ଣ୍ଣ ଅବସ୍ଥାରେ ରହିଛି। କେତେବେଳେ କାହା ଉପରେ ଭୁଶୁଡି କେତେ କ୍ଷୟକ୍ଷତି କରିବା ତାର କିଛି ଠିକଣା ନାହିଁ। ତେଣୁ ପୁଣେ ଜିଲ୍ଲା ପ୍ରଶାସନ ଓ ନଗର ନିଗମ ଏହି ପୋଲକୁ ଭାଙ୍ଗାବାକୁ ଯୋଜନା କରିଛି। ପୋଲକୁ ବିସ୍ଫୋରଣରେ ଭାଙ୍ଗିବାର ବ୍ୟବସ୍ଥା କରାଯାଇଛି। ପୋଲର ପିଲା ଓ କାନ୍ଥରେ ବିସ୍ପୋରଣ ସାମଗ୍ରୀ ଖଞ୍ଜା ଯାଇଛି।

 ତେବେ ଏଥିରେ ଯେମିତି କୌଣସି ଧନ ଜୀବନ ନଷ୍ଟ ନ ହୁଏ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚାନ୍ଦିନୀ ଚୌକ ନାସନାଲ ହାଇୱେ ସହ ସଂଯୋଗ କରୁଛି। ତେଣୁ ଏହି ପୋଲଦେଇ ସବୁ ସମୟରେ ବେଶ ଭିଡ ପରିଲକ୍ଷିତ ହୋଇଥାଏ। ତେଣୁ ପୋଲ ଭାଙ୍ଗିବାକୁ ରାତି ସମୟକୁ ବଛାଯାଇଛି। ଏହି ପୋଲ ବଦଳରେ ଏକ ଫ୍ଲାଇ ଓଭରର ନିର୍ମାଣ କରାଯିବ। ଏହି ନିର୍ମାଣ ଏନଏଚଏଆଇ ଓ ସ୍ଥାନୀୟ କର୍ତ୍ତୃପକ୍ଷ କରିବେ।

ପୋଲ ଭାଙ୍ଗିବା ପୂର୍ବରୁ ଶନିବାର ରାତି ୧୧ଟା ପରଠାରୁ ପୋଲ ଦେଇ ଯାତାୟାତକୁ ବନ୍ଦ କରାଯିବ। ଶନିବାର ସକାଳୁ ଏଥିପାଇଁ ଜିଲ୍ଲା ଅଧିକାରୀ ଓ ପୁଲିସ କର୍ମୀ ସେଠାରେ ଉପସ୍ଥିତ ଅଛନ୍ତି। ରାତି ୧୧ଟାରୁ ଏହି ଅଞ୍ଚଳକୁ ପୁଲିସ ଘେରାଉ କରି ନିଜ ଅଧୀନକୁ ନେଇଯିବ। ରାତି ଦୁଇଟାରେ ବିସ୍ଫୋରଣ କରାଯିବ।

ଦିଲ୍ଲୀର ଟ୍ବିନ ଟାୱାର ଭାଙ୍ଗିଥିବା କମ୍ପାନୀକୁ ପୋଲ ଭାଙ୍ଗିବାର ଦାୟିତ୍ବ ଦିଆଯାଇଛି। ଏହା ପରେ ତୁରନ୍ତ ସେଠାରୁ ପୋଣର ଭଗ୍ନାଂଶ ସ୍ଥାନାନ୍ତର କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ।

Leave a Reply

Your email address will not be published. Required fields are marked *