ଚୀନ୍ ନାଗରିକ ନେପାଳ ରାସ୍ତାରେ ନୋଇଡ଼ାରେ ପହଂଚିଲେ, ଧରିଲା ଏସଟିଏଫ

Spread the love

ନୋଇଡ଼ା : ନୋଇଡାର ଏସଟିଏଫ ଟିମ୍ ଶୁକ୍ରବାର ଅବୈଧ ଭାବେ ରହୁଥିବା ଚୀନ୍ ନାଗରିକଙ୍କୁ ଗିରଫ କରିଛି । ସେ ନେପାଳ ରାସ୍ତାରେ ଆସି ଭାରତରେ ପହଂଚିଥିଲେ । ନୋଇଡ଼ା ପୋଲିସ ୨୦୨୨ ରେ ଭିସା ନଥିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେଶରୁ ବାହାର କରିଥିଲା । ହେଲେ ଏହାପରେ ସେ ପୁଣି ଥରେ ନେପାଳ ରାସ୍ତା ଦେଇ ଗ୍ରେଟର ନୋଇଡ଼ାରେ ଆସି ରହୁଥିଲେ । ଗିରଫ କରାଯାଇଥିବା ଏହି ଚୀନ୍ ନାଗରିକଙ୍କ ନାମ ଏକେ ବୈଗ ହାଉଜେ ଅଟେ । ସେ ଏଠାରେ ଆଦି ଶର୍ମା ନାମରେ ନିଜର ଏକ ନକଲି ଆଧାରକାର୍ଡ଼ ତିଆରି କରି ରହି ଆସୁଥିଲେ ।

ଏସଟିଏଫ ଏହା ପୂର୍ବରୁ ନକଲି ପରିଚୟପତ୍ରରେ ପାସପୋର୍ଟ ତିଆରି କରିବା ଏବଂ କରାଉଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଯାହାକୁ ପଚରା ଉଚରା ସମୟରେ ଏକେ ବୈଗ ହାଉଜେ ସମ୍ପର୍କରେ ସୂଚନା ମିଳିଥିଲା ।

Leave a Reply

Your email address will not be published. Required fields are marked *