ନୂଆଦିଲ୍ଲୀ : ୨,୦୦୦ ଟଙ୍କା ନୋଟ ବନ୍ଦ କରିବା ନେଇ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ଏବଂ ଏହାକୁ ଦ୍ୱିତୀୟ ବିମୁଦ୍ରୀକରଣ ବୋଲି କହିଛି ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଶନିବାର ଦିନ ଟ୍ୱିଟ୍ କରି କହିଛନ୍ତି ଯେ ବିମୁଦ୍ରୀକରଣ ସହିତ କେନ୍ଦ୍ର ସରକାର ଅର୍ଥନୀତିରେ ଗଭୀର କ୍ଷତି ସୃଷ୍ଟି କରିଛନ୍ତି । ଯେଉଁଥିପାଇଁ ସମଗ୍ର ଅସଂଗଠିତ କ୍ଷେତ୍ର ନଷ୍ଟ ହୋଇଯାଇଥିଲା । ଛୋଟ ବ୍ୟବସାୟ ସ୍ଥିର ହୋଇଗଲା ଏବଂ କୋଟି କୋଟି ଲୋକ ଚାକିରି ହରାଇଲେ ।
ଖଡଗେ କହିଛନ୍ତି ଯେ କେନ୍ଦ୍ର ସରକାର ବର୍ତମାନ ୨୦୦୦ ଟଙ୍କିଆ ନୋଟ୍ର ଦ୍ୱିତୀୟ ବିମୁଦ୍ରୀକରଣ କରୁଛନ୍ତି । ଏହା ଏକ ଭୁଲ ନିଷ୍ପତି ଉପରେ ଆବରଣ ନୁହେଁ କି । ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ନିରପେକ୍ଷ ଯାଂଚ ହେବା ଉଚିତ ତେବେ ସତ୍ୟ ପଦାକୁ ଆସିବ ।
ସୂଚନାଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସିଷ୍ଟମରୁ ୨୦୦୦ ଟଙ୍କା ନୋଟ ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଛି । ବର୍ତମାନ କେନ୍ଦ୍ରୀୟ ବ୍ୟାଙ୍କ ୨୦୦୦ ଟଙ୍କା ନୋଟ୍ ଛାପିବ ନାହିଁ ଏବଂ ପୁରୁଣା ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସେପ୍େଟମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now