ଗେମିଂ ଆପ୍ ଜରିଆରେ ଧର୍ମାନ୍ତରଣ : ଗାଜିୟାବାଦ ପୋଲିସ୍ କୁ ମିଳିଲା ୧୫ ଜୁନ୍ ପର୍ଯ୍ୟନ୍ତ ଶାହନବାଜ ବଦ୍ଦୋର ଟ୍ରାଂଜିଟ୍ ରିମାଣ୍ଡ

Spread the love

ଗାଜିୟାବାଦ : ମୁମ୍ବାଇରୁ ରବିବାର ଦିନ ଗିରଫ କରାଯାଇଥିବା ଅନ୍ଲାଇନ୍ ଗେମିଂ ଆପ୍ ଜରିଆରେ ଧର୍ମାନ୍ତରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଶାହନବାଜ ମକସୁଦ ଓରଫ ବଦ୍ଦୋକୁ ଗାଜିୟାବାଦ ପୋଲିସ୍ ଟ୍ରାଂଜିଟ୍ ରିମାଣ୍ଡରେ ନେବାରେ ସଫଳ ହୋଇଛି । ଏବେ ତାକୁ ମହାରାଷ୍ଟ୍ରର ଥାନେରୁ ଗାଜିୟାବାଦ ଅଣାଯାଉଛି । ୨୩ ବର୍ଷୀୟ ବଦ୍ଦୋର ଟ୍ରାଂଜିଟ୍ ରିମାଣ୍ଡ ୧୫ ଜୁନ୍ ପର୍ଯ୍ୟନ୍ତ ଥାନେର କୋର୍ଟ ସ୍ୱୀକୃତ କରିଛି । ଗାଜିୟାବାଦ ପୋଲିସ୍ ଧର୍ମାନ୍ତରଣ ମାମଲାରେ ତାକୁ ପଚରାଉଚୁରା କରିବ । ପୋଲିସ୍ କୁ ବିଶ୍ୱାସ ଯେ ବଦ୍ଦୋକୁ ପଚରାଉଚୁରା ପରେ ନିଶ୍ଚିତ ଭାବେ ଅନ୍ଲାଇନ୍ ଗେମିଂ ଆପ୍ ଜରିଆରେ ନାବାଳିକାଙ୍କ ଧର୍ମ ପରିବର୍ତନ କରୁଥିବା ଗ୍ରୁପ୍ର ପର୍ଦ୍ଦାଫାଶ ହେବ ଏବଂ ପୋଲିସ୍ ଏହି ଗ୍ରୁପ୍ରେ ସାମିଲ୍ ଅନ୍ୟ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚିପାରିବ ।

Leave a Reply

Your email address will not be published. Required fields are marked *