କୋଭିଡର ନାଜାଲ ଟିକାକୁ ଡିଜିସିଆଇର ଅନୁମତି

Spread the love

ନୂଆଦିଲ୍ଲୀ: କୋଭିଡ ନିରୋଧୀ ଟିକାକରଣ କ୍ଷେତ୍ରରେ ଭାରତକୁ ସଫଳତା ମିଳିବା ପରେ ଏବେ ନାଜାଲ ଟିକାକୁ ନେଇ ମିଳିଛି ସଫଳତା। ଦେଶରେ ପ୍ରଥମ ଥର ପାଇଁ ନାଜାଲ ଟିକାକୁ ଡିଜିସିଆଇ ଅନୁମତି ପ୍ରଦାନ କରିଛନ୍ତି। ଭାରତ ବାୟୋଟେକ ଏହି ଟିକାକୁ ପ୍ରସ୍ତୁତ କରିଛି।

ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳାୟର ମନ୍ତ୍ରୀ ମନସୁଖ ମାଣ୍ଡଭିଅ ଏନେଇ ଏକ ଟ୍ବିଟ କରିଛନ୍ତି। ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ଯେ ଏହା ମହାମାରୀ ବିରୋଧୀରେ ସାମୂହିକ ଲଢେଇକୁ ମଜଭୁତ କରିବ। ଭାରତ ବୟୋଟେକ୍ ଏହି ନାଜାଲ ଟିକାର ୩ୟ ପରୀକ୍ଷଣ ଗତ ଅଗଷ୍ଟ ୧୫ ତାରିଖରେ ସମାପ୍ତ କରିଥିଲା। ପରେ ମଧ୍ୟ ଏହାକୁ ବୁଷ୍ଟର ଡୋଜ ଭାବେ ବି ପରୀକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *