ଫେରୁଛି କୋଭିଡ କଟକଣା!

Spread the love

ଭୁବନେଶ୍ବର: ସ୍କୁଲରେ କଡାକଡି ପାଳନ ହେବ କୋଭିଡ ନିୟମ । ଅନ୍ୟଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେବାକୁ ଯାଉଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସେପଟେ ଶିକ୍ଷାବିତଙ୍କ ପ୍ରତିକ୍ରିୟା ବେଳ ଥାଉଁ ସାବଧାନ ନିହାତି ଜରୁରୀ । ତେଣୁ ଏବେଠୁ ସ୍କୁଲ ରେ କୋଭିଡ ନିୟମ ବାଧ୍ୟତା ମୂଳକ କରିବା ଆବଶ୍ୟକ । ଅନ୍ୟପଟେ ଛାତ୍ରଛାତ୍ରୀଙ୍କର ପ୍ରତିକ୍ରିୟା ସ୍କୁଲ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଯାହା ଗାଇଡ଼ଲାଇନ ଆସିବ ତାକୁ ସମେସ୍ତେ ପାଳନ କରିବେ ।

ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟରେ ଦେଖାଦେଇଛି ତତ୍ପରତା । ସ୍କୁଲରେ କରୋନା ନିୟମ ହେବ କଡାକଡି । କେନ୍ଦ୍ର ଓ ରାଜ୍ୟର ମାର୍ଗ ଦର୍ଶିକା ଅନୁଯାୟୀ ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏଥି ସହ ଆଗକୁ ହେବାକୁ ଥିବା ସମେଟିଭ-୧ ଓ ଯୁକ୍ତ ୨ ପରୀକ୍ଷା କରୋନା କଟକଣା ଭିତରେ ଆୟୋଜନ କରାଯିବା ନେଇ ବିଭାଗୀୟର ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।

କରୋନା ସ୍ଥିତି ନେଇ ଆସନ୍ତାକାଲି ଅପରାହ୍ନ  ୪.୩୦ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏଥରେ ଉପସ୍ଥିତ ରହିବେ । ଏହାସହ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ, ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ବି ଏହି ବୈଠକରେ ରହିବେ । ଆଗାମୀ ଦିନ ପାଇଁ କୋଭିଡ ମୁକାବିଲା ରଣନୀତି ନେଇ ଏଥିରେ ଆଲୋଚନା ହେବ ।

ଅନ୍ୟପଟେ ସ୍କୁଲ କଲେଜରେ କୋଭିଡ କଟକଣା ବାଧ୍ୟତା ମୂଳକ ହେବା ଆବଶ୍ୟକ । ଶିକ୍ଷକମାନଙ୍କୁ ନିର୍ଦେଶ ଦିଆଯାଇ ବୈଠକ ମାଧ୍ୟମ ପିଲାମାନଙ୍କୁ ସଚେତନ କରାନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଶିକ୍ଷାବିତ । ସେପଟେ ପିଲାଙ୍କ ପ୍ରତିକ୍ରିୟା କୋଭିଡ଼ ନିୟମ ପାଳନ କରିବା ପାଇଁ ଶିକ୍ଷକ ମାନେ କହିଛନ୍ତି ଓ ଯଦି ଆଗକୁ ନିୟମ କିଛି କରାଯାଏ ତାହେଲେ ସମେସ୍ତେ ପାଳନ କରିବେ ।

ପରିସ୍ଥିତି ଜଟିଳ ହେବା ପୂର୍ବରୁ, ସାବଧାନତା ନିହାତି ଜରୁରୀ । ଯେହେତୁ ସବୁ ବର୍ଗର ଜନସାଧାରଣଙ୍କର ପୂର୍ବରୁ କୋଭିଡ ଅଭିଜ୍ଞତା ରହିଛି ତେଣୁ ବର୍ତ୍ତମାନ ପରିସ୍ଥିତିକୁ ସମେସ୍ତେ ସଠିକରେ ବୁଝି ସଚେତନ ରହିବେ ।

ସମ୍ବିତ୍ ମିଶ୍ରଙ୍କ ସହ ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *