ଗାଈ ଚରାଳିଙ୍କୁ ମିଳିବ ସରକାରୀ ଚାକିରି

Spread the love

ନୂଆଦିଲ୍ଲୀ: ଗାଈ ଚରାଳିଙ୍କୁ ମିଳିବ ସରକାରୀ ଚାକିରି। ବେକାର ଯୁବକଙ୍କୁ ମାସିକ ୫ ହଜାର ଟଙ୍କା ଦେଇ ଗୋ ସୁରକ୍ଷା କାମରେ ଲଗାଇବେ ସରକାର । ଗ୍ରାମ ଗୋସୁରକ୍ଷା କମିଟି ଗଠନ କରି ତାର ସଦସ୍ୟମାନଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏଁ ଦରମା ଦେବା ଲାଗି ଉତ୍ତରାଖଣ୍ଡ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରକଳ୍ପ ପ୍ରାୟ ୫୦ ଟି ଗାଁର ବେକାର ଯୁବକଙ୍କୁ ଚାକିରି ଯୋଗାଇ ଦେବ । ଏହି ଉଦ୍ୟୋଗରେ ଆସନ୍ତା ମେ ମାସ ମଧ୍ୟରେ ୧ କୋଟି ଟଙ୍କା ବିନିଯୋଗ ହେବ ।

ଉତ୍ତରାଖଣ୍ଡର ପଶୁପାଳନ ମନ୍ତ୍ରୀ ସୌରଭ ବହୁଗୁଣାଙ୍କ ଅଧକ୍ଷତାରେ ଉତ୍ତରପ୍ରଦେଶ ପ୍ରାଣୀ କଲ୍ୟାଣ  ବୋର୍ଡର ବୈଠକରେ ନିଷ୍ପତ୍ତି ନିଆଯାଇଛି । ବହୁଗୁଣା କହିଛନ୍ତି ଯେ ବୁଲା ଗୋରୁଙ୍କ ସୁରକ୍ଷା ନିମନ୍ତେ ଥିବା ବାର୍ଷିକ ବଜେଟକୁ ୨.୫ କୋଟି  ରୁ ୧୫ କୋଟି ଟଙ୍କା କୁ ବୃଦ୍ଧି କରାଯିବ। ଗାଁ ଅଣକୁଶଳୀ ଅଶିକ୍ଷତ ବେକାର ଲୋକଙ୍କୁ ଗୋସେବକ ଭାବରେ ନିଯୁକ୍ତି କରାଯିବ, ସେମାନଙ୍କ ସୁରକ୍ଷା ପାଇଁ ମାସିକ ୪ ରୁ ୫ ହଜାର ଟଙ୍କା ଦିଆଯିବ । ଜଣେ ବ୍ୟକ୍ତିଙ୍କୁ ଅତି କମ୍‌ରେ ୪ ରୁ ୫ ଟି ଗୋମାତାଙ୍କ ଦାୟିତ୍ବ ଦିଆଯିବ । ପଶୁପାଳନ ପାଇଁ ଅତି କମ୍‌ରେ ୯ ଶହ ଟଙ୍କା ଦିଆଯିବ ।

ଏଥିସହ ଗୋରୁମାନଙ୍କ ଟୀକାକରଣ ପାଇଁ ସେମାନଙ୍କୁ ତାଲିମ ଦିଆଯିବ। ଏଥିପାଇଁ ସେମାନଙ୍କୁ ଅତିରିକ୍ତ ୧୨ ହଜାର ଟଙ୍କା ଦିଆଯିବ । ଉତ୍ତରାଖଣ୍ଡ ସରକାରଙ୍କ ଏହି ଯୋଜନା ଦ୍ବାରା ଗୋମାତା ସୁରକ୍ଷିତ ରହିବା ସହ ବେକାର ଯୁବକମାନେ ନିଯୁକ୍ତି ପାଇପାରିବେ।  ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *