ଓଡିଶାର ରେଳ ଲାଇନରେ ଯୋଡି ହେଲା ଏକ ନୁଆ ଫର୍ଦ୍ଦ । କେବଳ ଓଡିଶା କାହିଁକି ଇଷ୍ଟକୋଷ୍ଟ ରେଳ ବିଭାଗର ସବୁଠାରୁ ବଡ ଟନେଲ ର ଫିଟିଛି ବାଟ । ବହୁ ପ୍ରତିକ୍ଷିତ ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପର ବୌଦ୍ଧ ଜିଲା ଆଡେଣୀଗଡ ଠାରେ ନିର୍ମାଣଧିନ ୪ କିମି ୧୮୫ ମିଟର ଦୁରତା ବିଶିଷ୍ଟ ସବୁଠାରୁ ବଡ ଟନେଲ ର ହୋଇଛି ବ୍ରେକ ଥ୍ରୋ । ନିର୍ମାଣ ଆରମ୍ଭ ଦିନଠାରୁ ଟନେଲ ଖୋଲିବା ପର୍ଯ୍ୟନ୍ତ କୌଣସି ଅଘଟଣ ଘଟି ନଥିବାବେଳେ ଅତି ଯତ୍ନର ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଦିନରାତିକୁ ଏକ କରି କାମ କରୁଥିଲେ । ଓଡିଶାର ସବୁଠାରୁ ବଡ ଟନେଲ ଦେଇ ପୁର୍ବ ଓଡିଶା ସହିତ ପଶ୍ଚିମ ଓଡିଶାକୁ ସଂଯୋଗ କରିବ ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପ । ପ୍ରାୟ ଭୁମି ଠାରୁ ୮୦ ମିଟର ତଳେ ଯାଇଥିବା ଏହି ଟନେଲ ର ଉଭୟ ପାଶ୍ୱର୍ରୁ ବାଟ ଫିିଟିବା ପରେ ଟନେଲ କାମ ଏକ ପ୍ରକାର ୫୦ ପ୍ରତିଶତ ସରିଥିବା କୁହାଯାଉଛି । ସୁଚନା ଥାଉ କି ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପରେ ସମୁଦାୟ ୭ ଟି ଟନେଲ ରହିଥିବାବେଳେ ସେଥିମଧ୍ୟରୁ ନୟାଗଡ ଜିଲାରେ ୩ ଟି ଏବଂ ବୌଦ୍ଧ ଜିଲାରେ ୪ ଟି ଟନେଲ ରହିଛି । ଜିଲାରେ ଥିବା ୪ ଟି ଟନେଲ ମଧ୍ୟରୁ ପୁର୍ବରୁ ୩ ଟି ଟନେଲର ବ୍ରେକ ଥ୍ରୋ ହୋଇସାରିଥିବାବେଳେ ବୃହତମ ଟନେଲରେ ହାଲୁକା ମାଟି ପଡିଥିବାରୁ କାମ ସାମାନ୍ୟ ଧିମେଇ ଚାଲିଥିଲା । ଆଜି ବିଧିବଦ୍ଧ ଭାବେ ଇଷ୍ଟକୋଷ୍ଟ ରେଳ ବିଭାଗର ଜେନେରାଲ ମ୍ୟାନେଜର,ଚିଫ ଇଞ୍ଜିନିୟର,ସିଇଓ,ଡେପୁଟି ଚିଫ ଇଞ୍ଜିନିୟର, ଏବଂ ଟନେଲ କାମ ହାତକୁ ନେଇଥିବା ଜିଆଇଆରଏଲ ନାମକ ଠିକା ସଂସ୍ଥାର ଭାଇସ ଚ୍ୟାରପରସନ ଆର,କେ ଖଲି ଙ୍କ ସମେତ ବହୁ ଅଧିକାରୀଙ୍କ ଉପସ୍ଥିରେ ସୁଇଚ ମାରି ବ୍ଲାଷ୍ଟି କରି ବ୍ରେକଥ୍ରୋ କରାଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now