ମାନ୍ଦାବସ୍ଥା ଓ ଛଟେଇ

Spread the love

() ବିଶ୍ବର ସର୍ବ ବୃହତ ଇ-ବ୍ୟବସାୟିକ ପ୍ରତିଷ୍ଠାନ ଆମାଜନ ପ୍ରାୟ ୧୦ହଜାର କର୍ମଚାରୀଙ୍କ ଛଟେଇ କରିବାକୁ ପ୍ରସ୍ତୁତି ଚଳାଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବ, ଆଗାମୀ ସପ୍ତାହରେ କମ୍ପାନୀ ତାର ହଜାର ହଜାର ସଂଖ୍ୟାରେ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ। କିଛି ମାସ ଧରି କମ୍ପାନୀ ବ୍ୟବସାୟରେ କ୍ଷତି ସହୁଛି। ଆମାଜନର ଆଶଙ୍କା ଆଗକୁ ମଧ୍ୟ ମାନ୍ଦାବସ୍ଥା ଜାରି ରହିବ। ତେଣୁ ନିଜ ଖର୍ଚ୍ଚ କରିବାକୁ କମ୍ପାନୀ ଚେଷ୍ଟା କରୁଛି।ତେଣୁ ଗତ ସପ୍ତାହରେ କିଛି କର୍ମଚାରୀଙ୍କୁ ଅନ୍ୟତ୍ର ଚାକିରି ଖୋଜିବାକୁ କୁହାସରିଛି। ତେବେ ଏପର୍ଯ୍ୟନ୍ତ ଆମାଜନ ପକ୍ଷରୁ ଛଟେଇକୁ ନେଇ ସେପରି କୌଣସି ବୟାନ ଦିଆଯାଇ ନାହିଁ। 

ଟ୍ବିଟର, ମେଟା  ରାସ୍ତାରେ ବିଶ୍ବର ସର୍ବ ବୃହତ୍ତ ଇ-ବ୍ୟବସାୟ ସଂସ୍ଥା। ଆମାଜନ ତାର କର୍ମଚାରୀ ଛଟେଇ ପାଇଁ ପ୍ରସ୍ତୁତି କରୁଛି। ଆସନ୍ତା ସପ୍ତାହରେ କମ୍ପାନୀ ୧୦ହଜାର କର୍ମଚାରୀଙ୍କୁ ବିଦା କରିବା ନେଇ ଅନ୍ତରାଷ୍ଟ୍ରୀୟ ମିଡିଆରେ ଚର୍ଚ୍ଚା ହେଉଛି। ସମ୍ପ୍ରତି ବିଶ୍ବରେ ଜାରି ମାନ୍ଦାବସ୍ଥାକୁ ନେଇ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଏହାକୁ ନେଇ ହଜାର ହଜାର ସଂଖ୍ୟାର ଆମାଜନ ସହ ଜଡିତ କର୍ମଚାରୀ ଚିନ୍ତାରେ। ଅନ୍ୟପଟେ ଗତ ସପ୍ତାହରେ କମ୍ପାନୀ ତରଫରୁ ବହୁ କର୍ମଚାରୀଙ୍କୁ ଅନ୍ୟ ଚାକିରି କରିବାକୁ କୁହାଯାଇଥିବା ଶୁଣାବାକୁ ମିଳୁଥିବା ବେଳେ କିନ୍ତୁ କମ୍ପାନୀ ପକ୍ଷରୁ ଏଯାବତ୍ ସେପରି କୌଣସି ଔପଚାରିକ ଘୋଷଣା ହୋଇନାହିଁ। କିନ୍ତୁ ଗତ କିଛି ମାସ ଧରି ବିଶ୍ବବ୍ୟାପୀ ଜାରି କର୍ମଚାରୀ ଛଟେଇକୁ ଦେଖିଲେ ଆମାଜନ ଯେ ଛଟେଇ କରିବ ନାହିଁ ତାହାକୁ ବିଶ୍ବାସ ନ କରି ରହି ହେଉନି। କାରଣ ମାନ୍ଦାବସ୍ଥା ପାଇଁ ଟ୍ବିଟର ଓ ମେଟା ହଜାର ହଜାର ସଂଖ୍ୟାରେ କର୍ମଚାରୀଙ୍କୁ ବାହାର କରି ସାରିଛନ୍ତି। ମାନ୍ଦାବସ୍ଥାର ମାଡ ଆମାଜନ ମଧ୍ୟ ସହୁଛି। ଗତ କିଛି ମାସ ହେବ କମ୍ପାନୀର ଲାଭରେ ହ୍ରାସ ଘଟିଛି।  ଯଦି ଆମାଜନର କର୍ମଚାରୀ ସଂଖ୍ୟା ଉପରେ ଦୃଷ୍ଟି ପକାଯାଏ ତେବେ ଗତ ଡିସେମ୍ବର ୩୧ ସୁଦ୍ଧା ପ୍ରାୟ ୧୬ ଲକ୍ଷରୁ ଅଧିକ ଫୁଲ ଟାଇମ କର୍ମଚାରୀ ରହିଛନ୍ତି । ଏହା ବାଦ ବହୁ ପାର୍ଟ ଟାଇମର ମଧ୍ୟ ରହିଛନ୍ତି। ଏତେ ସଂଖ୍ୟାର କର୍ମଚାରୀଙ୍କ ନିୟମିତ ଦରମା କମ୍ପାନୀକୁ ବହନ କରିବାକୁ ପଡୁଛି। ତେଣୁ କମ୍ପାନୀ ତାର କର୍ମଚାରୀଙ୍କ ଭିତରୁ ୧୦ହଜାର ଙ୍କୁ ବିଦା କରିବାକୁ ଯାଉଛି। ଏପରି ହେଲେ ଏହା କମ୍ପାନୀ ଦ୍ବାରା ବିଭିନ୍ନ ସମୟରେ ହୋଇଥିବା ସବୁଠାରୁ ବଡ ଛଟେଇ ହେବ। କମ୍ପାନୀ ତାର ମୋଟ କର୍ମଚାରୀ ସଂଖ୍ୟାର ୧%କୁ ବାହାର କରିବାକୁ ଯାଉଛି। କର୍ମଚାରୀ ଛଟେଇ ପରେ କାମରେ ଯେମିତି ବାଧା ସୃଷ୍ଟି ନ ହୁଏ ସେଥିପାଇଁ କମ୍ପାନୀ ବିଭିନ୍ନ ୟୁନିଟରେ ରୋବର ବ୍ୟବହାର ବଢାଇଛି। ଉତ୍ପାଦର ପ୍ୟାକିଂଠୁ ଆରମ୍ଭ କରି ଡେଲିଭରି ପାଇଁ ଥିବା ୩ ଚତୁର୍ଥାଂଶ ପକେଟ ବର୍ତ୍ତମାନ ରୋବଟିକ ସିଷ୍ଟମ ହୋଇ ଯାଉଛି। ଆମାଜନ ରୋବଟିକ ମୁଖ୍ୟ ଟାଇ ବ୍ରାଡି କହିଛନ୍ତି କି, ଆଗାମୀ ୫ ବର୍ଷରେ ପ୍ୟାକିଂରେ ୧୦୦ ପ୍ରତିଶତ ରୋବଟିକ ସିଷ୍ଟମ ହୋଇଯିବ। ଏହା ଦ୍ବାରା କମ୍ପାନୀର କାମରେ ପରିବର୍ତ୍ତନ ଆସିବ, ହେଲେ ଲୋକଙ୍କ ଆବଶ୍ୟକତା ସର୍ବଦା ରହିବ ବୋଲି ଟାଇ ବ୍ରାଡି କହିଛନ୍ତି।

ପୂର୍ବରୁ ଫେସବୁକ, ଡ୍ବାଟସ୍‌ଆପ ଓ ଇନଷ୍ଟାଗ୍ରାମର ପ୍ୟାରେଣ୍ଟାଲ କମ୍ପାନୀ ମେଟା ପ୍ଲେଟଫାର୍ମସ ଇଙ୍କ ତାର ୧୧ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି। ଏହା କମ୍ପାନୀର ବିଗତ ୧୮ ବର୍ଷ ଇତିହାସରେ ପ୍ରଥମ ଥର ଏତେ ସଂଖ୍ୟାରେ ଛଟେଇ ହୋଇଛି। ସେହିପରି ଟ୍ବିଟର ମଧ୍ୟ ତାର ୩୭୦୦ କର୍ମଚାରୀଙ୍କୁ ଛଟେଇ କରି ସାରିଛି।  ମିଡିଆ ରିପୋର୍ଟସରୁ ଜଣାପଡିଛି ଗତ କିଛି ମାସ ମଧ୍ୟରେ ବିଭିନ୍ନ କମ୍ପାନୀ ଦ୍ବାରା ହେଉଥିବା ଛଟେଇରେ ବିଶ୍ବବ୍ୟାପୀ ଦେଢ ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ହରାଇଛନ୍ତି। ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଅନୁମାନ କୁହାଯାଉଛି। କିଛି ଅନ୍ତର୍ଜାତୀୟ ଅର୍ଥନୀତିଜ୍ଞଙ୍କ ଆଶଙ୍କା କି, ଆ ଠାରୁ ଆହୁରି ଖରାପ ସମୟ ଆସୁଛି। ଅର୍ଥାତ୍ ମାନ୍ଦାବସ୍ଥା ଆଗକୁ ମଧ୍ୟ ଜାରି ରହିବ ଓ ଆହୁରି ଲୋକେ ସେମାନଙ୍କୁ ଚାକିରି ହରାଇବେ।  

ଶିଳାସ୍ମିତାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *