ଘୁର୍ଣ୍ଣିବଳୟ ସକ୍ରିୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

Spread the love

ଭୁବନେଶ୍ଵର : ଗତକାଲିର ଘୁର୍ଣ୍ଣିବଳୟ ଆଜି ଝାଡ଼ଖଣ୍ଡ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୫.୮ କି.ମି. ଯାଏଁ ସକ୍ରିୟ ରହିଛି । ବାୟୁମଣ୍ଡଳରେ ପୂର୍ବ-ପଶ୍ଚିମ ବାୟୁ ପ୍ରବାହର ତାରତମ୍ୟ ସ୍ତର ୧୯ ଡ଼ିଗ୍ରୀ ଉତର ଅକ୍ଷାଂଶ ଅଞ୍ଚଳରେ ୫.୮ କି.ମି. ଉଚ୍ଚତାରେ ସକ୍ରିୟ ରହିଛି ।

ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକାନରରୁ ବାହାରି, ଜୟପୁର, ଗୁନା, ସତନା, ପେନ୍ଦ୍ରା-ରୋଡ଼, ଦେଇ ଓଡ଼ିଶାର ବାଲେଶ୍ଵରରୁ ଦକ୍ଷିଣ ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *