ସାଇରସ ମୃତ୍ୟୁ: ମର୍ସିଡିଜ ପକ୍ଷରୁ ଅନ୍ତରୀଣ ରିପୋର୍ଟ ଦାଖଲ

Spread the love

ନୂଆଦିଲ୍ଲୀ: ଉଦ୍ୟୋଗପତି ସାଇରସ ମିସ୍ତ୍ରୀ ଓ ଅନ୍ୟ ତିନି ଜଣ ଯାଉଥିବା ମର୍ସିଡିଜ କାର ଦୁର୍ଘଟଣାକୁ ନେଇ ଆସିଛି ନୂଆ ରିପୋର୍ଟ। ମର୍ସିଡିଜ ବେଞ୍ଚ ନିର୍ମାତା  ପକ୍ଷରୁ ପାଲଘର ପୁଲିସକୁ ଏକ ରିପୋର୍ଟ ଦିଆଯାଇଛି। ମର୍ସିଡିଜ କାରର ବ୍ରେକ ଦୁର୍ଘଟଣାଗ୍ରସ୍ତ ହେବା ୫ ସେକେଣ୍ଡ ପୂର୍ବରୁ ଲଗାଯାଇଥିଲା।

ପାଲଘର ପୁଲିସ ଅଧିକ୍ଷକ ବାଲାସାହେବ ପାଟିଲ କହିଛନ୍ତି କି, ନିଜ ଅନ୍ତରୀମ ରିପୋର୍ଟରେ ମର୍ସିଡିଜ ବେଞ୍ଚ ପକ୍ଷରୁ କୁହାଯାଇଛି କି, ଦୁର୍ଘଟଣାର କିଛି ସେକେଣ୍ଡ ପୂର୍ବରୁ କାର ୧୦୦ କିମି ପ୍ରତି ଘଣ୍ଟା ବେଗରେ ଗତି କରୁଥିଲା। କିନ୍ତୁ ପୋଲ ଉପରେ ଡିଭାଇଡର ସହ ଧକ୍କା ହେବା ପୂର୍ବରୁ କାରର ଗତି ୮୯ ପ୍ରତି ଘଣ୍ଟା ଥିଲା। ସେ ଆହୁରି କହିଛନ୍ତି କି, ମର୍ସିଡିଜ ବେଞ୍ଚର ବିଶେଷଜ୍ଞମାନଙ୍କ ଏକ ଟିମ ସୋମବାର କାରର ନିରୀକ୍ଷଣ କରିବାକୁ ହଙ୍ଗକଙ୍ଗରୁ ମୁମ୍ବାଇ ଆସୁଛନ୍ତି।

ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ  କୁହାଯାଇଛି କି, ଦୁର୍ଘଟଣା ପରେ କାରର ଚାରିଟି ଯାକ ଏୟାର ବ୍ୟାଗ ଖୋଲିଯାଇଥିଲା, ସେଥିରୁ ତିନୋଟି ଡ୍ରାଇଭର ସିଟରେ ଓ ଗୋଟିଏ ପାଖ ସିଟର।

ରବିବାର ଦିନ ମିସ୍ତ୍ରୀଙ୍କ ସହ ତାଙ୍କ ସାଙ୍ଗ ଜହାଙ୍ଗୀର ପଣ୍ଡୋଲେ, ପଣ୍ଡୋଲେଙ୍କ ପତ୍ନୀ ଓ ଅନ୍ୟ ଜଣେ ବ୍ୟକ୍ତି ଅହମଦାବାଦରୁ ମୁମ୍ବାଇ ଫେରୁଥିବା ବେଳେ କାର ଡିଭାଇଡରରେ ଧକ୍କା ଖାଇ ମିସ୍ତ୍ରୀ ଓ ଅନ୍ୟଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଣ୍ଡୋଲେ ଦମ୍ପତି ଆଗ ସିଟରେ ଥିବାରୁ ସାମାନ୍ୟ ଆଘାତ ପାଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ।

Leave a Reply

Your email address will not be published. Required fields are marked *