ଦିଲ୍ଲୀ ଜଳବୋର୍ଡରେ ୨୦ କୋଟି ଘୋଟାଲା: ଏଫଆଇଆର ପାଇଁ ନିର୍ଦ୍ଦେଶ

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ଏଲଜି ଶନିବାର ମୁଖ୍ୟ ସଚିବଙ୍କୁ ଦିଲ୍ଲୀ ଜଳବୋର୍ଡ ଓ ଅନ୍ୟମାନଙ୍କ ବିରୋଧରେ ୨୦ କୋଟି ଟଙ୍କା ହଡପ ଅଭିଯୋଗରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିବା ସୂତ୍ରରୁ ପ୍ରକାଶ। ଏହା ଉପରେ ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।

ମୁଖ୍ୟ ସଚିବଙ୍କୁ ଏଲଜି ଦିଲ୍ଲୀ ଜଳବୋର୍ଡ ଦ୍ବାରା ୨୦ କୋଟି ଟଙ୍କାର ହେରଫେର ନେଇ ବୋର୍ଡର ଅଧିକାରୀଙ୍କ ବିରୋଧରେ ଏଫଆଇଆର ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟରେ କେଉଁ ଅଧିକାରୀମାନେ ସମ୍ପୃକ୍ତ ଥିଲେ ଓ ସେମାନଙ୍କ ବିରୋଧରେ ସରକାର କି କାର୍ଯ୍ୟାନୁଷ୍ଠାନ ନେଇଛି ତାର ରିପୋର୍ଟ ୧୫ ଦିନ ମଧ୍ୟରେ ଦେବାକୁ କୁହାଯାଇଛି।

ଦିଲ୍ଲୀରେ ବସବାସ କରୁଥିବା ଜନତାଙ୍କଠାରୁ ଜଳ କର ଭାବେ ୨୦ କୋଟି ଟଙ୍କା ଆଦାୟ କରାଯାଇଥିବା ବେଳେ ଦିଲ୍ଲୀ ଜଳବୋର୍ଡ ସେହି ଟଙ୍କାକୁ ନିଜ ଆକାଉଣ୍ଟରେ ଡିପୋଜିଟ ନ କରି ଏକ ଘରୋଇ ବ୍ୟାଙ୍କ ଆକାଉଣ୍ଟରେ ଦୀର୍ଘ ବର୍ଷ ଧରି ଜମା କରାଯାଇ ଆସୁଛି।

ଦିଲ୍ଲୀ ଜଳବୋର୍ଡ ତାର ବ୍ୟାଙ୍କର ନିଯୁକ୍ତ କରିବା ସହ କର୍ପୋରେସନ ବ୍ୟାଙ୍କକୁ ବୋର୍ଡ ପକ୍ଷରୁ ଜଳ କର ସଂଗ୍ରହ କରିବାକୁ ଅଧିକାର ଦେଇଥିଲା ଜୁନ ୨୦୧୨ରୁ। ଏହି ବୋର୍ଡରେ ବ୍ୟାପକ ଘପଲାତି ହୋଇଥିବା ଜଣା ପଡିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବୋର୍ଡ ୧୦୧୬, ୨୦୧୭ ଓ ୨୦୧୯ରେ ଏହାର ନବୀକରଣ କରିଥିଲା।

ଦିଲ୍ଲୀ ଜଳବୋର୍ଡ ଅଧିକାରୀମାନଙ୍କ ଜ୍ଞାତସାରରେ ବ୍ୟାଙ୍କ କଣ୍ଟ୍ରାକ୍ଟରର ଉଲ୍ଲଙ୍ଘନ ହେଉଥିଲା। ଅଧିକାରୀମାନେ ପ୍ରେସପେ ଆଇଟି ସଲ୍ୟୁସନ ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ ସଂସ୍ଥା ମଧ୍ୟରେ ଲୋକଙ୍କଠାରୁ ନଗଦ ଟଙ୍କା, ଚେକ, ସଂଗ୍ରହ କରିବା ସହ ସେସବୁକୁ ଡିଜେବିର ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ।

ସବୁଠାରୁ ବଡ କଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ଜଳବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଏହି ଘୋଟାଲା ହୋଇଥିବା ଜଣା ପଡିଛି।  

Leave a Reply

Your email address will not be published. Required fields are marked *