ଡିମନିଟାଇଜେସନର ସମ୍ବିଧାନିକ ବୈଧତା ସମ୍ବନ୍ଧିତ ମାମଲାର ଆସନ୍ତା ୧୨ରେ ଶୁଣାଣି

Spread the love

ନୂଆଦିଲ୍ଲୀ: ୨୦୧୬ ଡିମନିଟାଇଜେସନର ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟରେ ଦାୟର ଯାଚିକାଗୁଡିକର ଶୁଣାଣି ଅକ୍ଟୋବର ୧୨ରେ ହେବ। ୫ ଜଣିଆ ସମ୍ବିଧାନିକ ପୀଠ ଏହାର ଶୁଣାଣି କରିବେ। ଡିମନିଟାଇଜେସନ ବିରୋଧରେ ହୋଇଥିବା ଯାଚିକା ଉପରେ ସୁପ୍ରିମ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଆଉ ଏହି ମାମଲାରେ କଣ ବାକି ରହିଛି? ଏହି ମାମଲାର ପରୀକ୍ଷଣର ଆବଶ୍ୟକତା ରହିଛି କି? ବର୍ତ୍ତମାନ ଏହା ପ୍ରଭାବଶୂନ୍ୟ ହୋଇଯାଇ ନାହିଁ ତ? ବର୍ତ୍ତମାନ ଏହି ମାମଲା ଏକାଡେମିକ ପ୍ରସଙ୍ଗ ହୋଇ ରହି ଯାଇନାହିଁତ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ କୋର୍ଟ।

ଏହି ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠର ନେତୃତ୍ବ ନେଇଛନ୍ତି ଜଷ୍ଟିସ ନଜୀର। ଜଷ୍ଟିସ ଗବଇ ପ୍ରଶ୍ନ କରିଛନ୍ତି, ଯଦି କିଛି ବାକି ନାହିଁ ତେବେ କାହିଁ ଆଗକୁ ବଢିବା? ଡିମନିଟାଇଜେସନ ବିରୋଧରେ ହୋଇଥିବା ଯାଚିକା ମଧ୍ୟରୁ ଗୋଟିଏ ଉପରେ ଜଷ୍ଟିସ ପ୍ରଣବ ଭୂଷଣ କହିଛନ୍ତି, କିଛି ପ୍ରସଙ୍ଗ ରହିଛି- ପରବର୍ତ୍ତି ଅଧିସୂଚନାଗୁଡିକର ବୈଧତା; ସମସ୍ୟା ସମ୍ବନ୍ଧିତ ମାମଲା; କଣ ଡିମନିଟାଇଜେସନ ସମାନତା ଅଧିକାର ଓ ଅଭିବ୍ୟକ୍ତି ସ୍ବତନ୍ତ୍ରତାର ଅଧିକାରକୁ ଉଲ୍ଲଙ୍ଘନ କରୁଛି?

ତେବେ ଏହି ମାମଲାରେ ସଲିସିଟର ଜେନେରାଲ କହିଛନ୍ତି, ମତେ ଲାଗୁଛି, ଏଥିରେ କିଛି ଏକାଡମିକ ପ୍ରସଙ୍ଗ ଭିନ୍ନ ଏଥିରେ ଆଉ କିଛି ବାକି ନାହିଁ। ଏପରି ସ୍ଥଳେ ଏକ ଏକାଡେମିକ ପ୍ରସଙ୍ଗ ପାଇଁ କଣ ସମ୍ବିଧାନିକ ପୀଠର ଆବଶ୍ୟକତା ରହିଛି।

ଏହି ଖଣ୍ଡପୀଠରେ ଜଷ୍ଟିସ ଅବ୍ଦୁଲ ନଜିର, ଜଷ୍ଟିସ ବିଆର ଗବଇ, ଜଷ୍ଟିସ ଏ ଏସ ବୋପନ୍ନା, ଜଷ୍ଟିସ ଭି ରାମାସୁବ୍ରମଣ୍ୟମ ଓ ଜଷ୍ଟିସ ବି ଭି ନାଗରତ୍ନ ରହିଛନ୍ତି।

Leave a Reply

Your email address will not be published. Required fields are marked *