ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଧାମୀ

Spread the love

ନୂଆଦିଲ୍ଲୀ: ଭାରତୀୟ ଦଳ ୱିକେଟ କିପର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟ ମନ୍ତ୍ରୀ ପୁଷ୍କର ସିଂ ଧାମୀ । ଉତ୍ତରାଖଣ୍ଡର ମାକ୍ସ ହସ୍ପିଟାଲ ଯାଇ ଋଷଭଙ୍କୁ ଭେଟିବା ସହ ଡାକ୍ତରଙ୍କ ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ଋଷଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ମେଡିକାଲ କର୍ତ୍ତୃପକ୍ଷ ଲଗାତାର ତାଙ୍କ ସମ୍ପର୍କରେ ଥିବା ମୁଖ୍ୟ ମନ୍ତ୍ରୀ ଧାମୀ ସୂଚନା ଦେଇଛନ୍ତି । ସେପଟେ ଉତ୍ତରାଖଣ୍ଡ ସରକାର ଋଷଭଙ୍କ ପ୍ରାଣ  ବଞ୍ଚାଇଥିବା ବସ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଆସନ୍ତା ଜାନୁଆରୀ ୨୬ ତାରିଖରେ ସମ୍ମାନୀତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତରେ ବୁଝିବା ସହ ତାଙ୍କ ଚିକିତ୍ସା ନିମନ୍ତେ ସବୁ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଧାମୀ। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ପନ୍ତଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ତାଙ୍କ ସରକାର ବହନ କରିବ ବୋଲି ସୂଚନା ଦେଇଛନ୍ତି।  ସେପଟେ ତାଙ୍କ ପ୍ଲାଷ୍ଟିକ ସର୍ଜରୀ ପାଇଁ ଏୟାର୍‌ ଆମ୍ବୁଲାନ୍‌ସ୍‌ ବ୍ୟବସ୍ଥା କରାଯାଉ।

ଗତ ୩୦ ତାରିଖରେ ଋଷଭ ପନ୍ଥ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିରେ ତାଙ୍କ ମଡସିଜ କାର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଥିବା ବେଳେ କାରର କାଚ ଭାଙ୍ଗି ଋଷଭ ବାହାରକୁ ବାହାରି ଯାଇଥିଲେ। ହେଲେ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ପଡିଥିଲେ।  ହରିଆଣାର ଜଣେ ଡ୍ରାଇଭର ଓ କଣ୍ଡକ୍ଟର ଋଷଭଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *