ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ । ସଂସଦର ସେଣ୍ଟ୍ରାଲ ହଲରେ ତାଙ୍କୁ ପ୍ରଧାନ ବିଚାରପତି ଶପଠପାଠ କରାଇଛନ୍ତି ।ତାଙ୍କ ଶପଥଗ୍ରହଣ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେତ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।
ରାଜଘାଟରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି
ଶପଥ ନେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ତାଙ୍କ ବାସଭବନରୁ ରାଜଘାଟ ଅଭିମୁଖେ ବାହାରିଥିଲେ। ଏହି ପରିପ୍ରେକ୍ଷିରେ ସେ ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପ୍ରଣାମ ଓ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।


ଏହାପରେ ୯ଟା ୪୨ରେ ରାଷ୍ଟ୍ରପତି କୋବିନ୍ଦ ଏବଂ ଦ୍ରୌପଦୀ ମୁର୍ମୁ କାବେରୀ ଛାଡ଼ି ଦରବାର ହଲ୍ ଅଭିମୁଖେ ବାହାରିଥିଲେ। ଏହାପରେ ରାଷ୍ଟ୍ରପତିଙ୍କ ଲିମୋସିନରେ ବସି ଉଭୟ ସଂସଦ ଅଭିମୁଖେ ଯାଇଥିଲେ । ଗେଟ୍ ନମ୍ବର ୫ରେ ପହଞ୍ଚିବା ପରେ ସକାଳ ୧୦ଟା ୩ରେ ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସେମାନଙ୍କୁ ପାଛୋଟି ନେଇଥିଲେ। ଏହାପରେ ଶୋଭାଯାତ୍ରା, ସଂସଦର କେନ୍ଦ୍ରୀୟ କକ୍ଷ ପର୍ଯ୍ୟନ୍ତ ଯିବ। ୧୦ଟା ୧୪ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ. ଭି. ରମନା, ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ପାଠ କରାଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now