ଵିନା RTOରେ ଡ୍ରାଇଭିଙ୍ଗ ଲାଇସେନସ୍

Spread the love

ବର୍ତ୍ତମାନ ଯେଉଁମାନେ ଡ୍ରାଇଭିଙ୍ଗ ଲାଇସେନସ୍ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ କେନ୍ଦ୍ର ସରକାର ଗୋଟିଏ ପ୍ରକାର ରିଲଫ ପ୍ରଦାନ କରିଛନ୍ତି । ଲାଇସେନସ୍ କରିବାକୁ ଚାହୁଥିବା ଲୋକଙ୍କ  ପାଇଁ ଖୁସି ଖବର । ବର୍ତ୍ତମାନ ଡ୍ରାଇଭିଙ୍ଗ୍ ଲାଇସେନସ୍ ପାଇବା ପାଇଁ RTO  ପରିଦର୍ଶନ କରିବାର ଆବଶ୍ୟକତା ନାହିଁ । ଯଦି ଆପଣ ଚାହାଁନ୍ତି ଯେ ଆପଣ ଆପଣଙ୍କର ଡ୍ରାଇଭିଙ୍ଗ ଲାଇସେନସକୁ  RTO  ପରିଦର୍ଶନ ନ କରିବେ ଏବଂ  RTO ରେ ଡ୍ରାଇଭିଙ୍ଗ୍ ପରୀକ୍ଷା ନ ଦେଇପାରିବେ ତେବେ ଏହା ବର୍ତ୍ତମାନ ସମ୍ଭବ । କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ବାରା ଜାରି ନିୟମ ଅନୁଯାୟୀ ସୀକୃତିପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ସହାୟତାରେ ଡ୍ରାଇଭିଂ ଲାଇସେନସ୍ କରାଯାଇପାରିବ ।

ଏଥିପାଇଁ ପ୍ରାର୍ଥୀ ସୀକୃତିପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଦ୍ବାରା କରାଯାଇଥିବା ପରୀକ୍ଷାରେ ଉତ୍ତୀର୍ଣ ହେବାକୁ ପଡିବ । ପରୀକ୍ଷା ସରିବା ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଲାଇସେନସ୍ ପ୍ରଦାନ କରାଯିବ । ଲୋକମାନଙ୍କୁ ଆଉ  RTO ଯାଇ ଲମ୍ବା ଧାଡିରେ  DL  କରିବାକୁ ପଡିବ ନାହିଁ । କେନ୍ଦ୍ର କିମ୍ୱା ରାଜ୍ୟ ବିଭାଗ ଏଭଳି ତାଲିମ କେନ୍ଦ୍ର ପରିଚାଳନା କରିବ । ତାଲିମ୍ କେନ୍ଦ୍ରଗୁଡିକ ସିମୁଲେଟର ଏବଂ ଉର୍ସୀଗୀକୃତ ଡ୍ରାଇଭିଂ ଟେଷ୍ଟ ଟ୍ରାକ ସହିତ ସଜ୍ଜିତ ହେବ । ପ୍ରଶିକ୍ଷଣ କେନ୍ଦ୍ରରେ ପରୀକ୍ଷା କରିପାରିବେ । ସେମାନଙ୍କୁ ପରୀକ୍ଷା ପାଇଁ  RTOକୁ ନଆସିଲେ ମଧ୍ୟ ଲାଇସେନ୍ସ ପ୍ରଦାନ କରାଯିବ । ସୀକୃତିପ୍ରାପ୍ତ ତାଲିମ୍ କେନ୍ଦ୍ର ଗୁଡିକ ହାଲୁକା ମୋଟର ଯାନ  ପାଇଁ ତାଲିମ୍ ପ୍ରଦାନ କରିପାରିବେ । ତାଲିମର ମୋଟ ଅବଧି ୨୯ ଘଣ୍ଟା ହେବ । ଯାହା ପାଠ୍ୟକ୍ରମ ଆରମ୍ଭରୁ ୪ ସପ୍ତାହ ମଧ୍ୟରେ ସମ୍ପୂର୍ଣ ହେବ ।

ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *